ଭୁବନେଶ୍ୱର: ଅବସରପ୍ରାପ୍ତ ସେନା ଅଧିକାରୀ ଲେଫ୍ଟନାଂଟ ଜେନେରାଲ କେ.ପି. ଧଳସାମନ୍ତଙ୍କର ଆଜି ସକାଳେ ଦେହାନ୍ତ ହୋଇଯାଇଛି। ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା। ସେ କ୍ୟାନ୍ସରରେ ପୀଡ଼ିତ ଥିଲେ ଓ ମାସେ ହେଲାଣି ସେଠାରେ ଚିକିତ୍ସାଧୀନ ଥିଲେ।
ଲେଫ୍ଟନାଂଟ ଜେନେରାଲ କେପିଡି ସାମନ୍ତ ନିଜ କ୍ୟାରିଅରରେ ଅନେକ ସଫଳ ଅପରେସନର ନେତୃତ୍ୱ ନେଇଥିଲେ ଓ ଲଢ଼େଇରେ ସାମିଲ ହୋଇଥିଲେ। ସେ ୧୯ ବର୍ଷ ବୟସରେ ସେନାରେ ସାମିଲ ହୋଇଥିଲେ ଓ ୧୯୭୧ ଇଣ୍ଡୋ-ପାକିସ୍ତାନ ଯୁଦ୍ଧ ଲଢ଼ିଥିଲେ। ଏଥିସହ ବିଭିନ୍ନ ଯୁଦ୍ଧରେ ନିଜ ବୀରତ୍ୱ ପାଇଁ ସେ ପୁରବୀ ଷ୍ଟାର ସମ୍ମାନରେ ସମ୍ମାନିତ ହୋଇଥିଲେ। ପଞ୍ଜାବରେ ଆତଙ୍କବାଦୀ ନିପାତ ପାଇଁ ହୋଇଥିବା ଅପରେସନ ବ୍ଲୁ ଷ୍ଟାରରେ ସେ ସାମିଲ ହୋଇଥିଲେ। କେପିଡି ସାମନ୍ତ ୧୯୯୯ ମସିହା କାର୍ଗିଲ୍ ଯୁଦ୍ଧ ବେଳେ ନିଜର ବଳିଷ୍ଠ ଯୋଗଦାନ ଦେଇଥିଲେ।