ଏମିତି ଗାଁ, ଯେଉଁଠି ପୁରୁଷ ନଥାଇ ମହିଳା ଗର୍ଭବତୀ!

ନୂଆଦିଲ୍ଲୀ : ବିଶ୍ୱରେ ଏଭଳି କିଛି ସ୍ଥାନ ରହିଛି, ଯାହାର ପରମ୍ପରା ଏବଂ ରୀତିନୀତି ସମ୍ପର୍କରେ ଶୁଣିଲେ ମୁଣ୍ଡ ଚକ୍କର୍ ଖାଇଯାଏ । ସେମିତି ଏକ ଗାଁ ରହିଛି କେନିଆର ଉମୋଜା ଗାଁରେ । ଆଜକୁ ୨୭ବର୍ଷ ହେବ ଗାଁ ପୁରୁଷଶୂନ୍ୟ ହୋଇପଡ଼ିରହିଛି, କିନ୍ତୁ ମହିଳାମାନେ ଗର୍ଭବତୀ ହେବା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରୁଛି । ଗାଁଟି ସମ୍ପୂର୍ଣ୍ଣ ଭାବେ ମହିଳାଙ୍କ କବ୍ଚାରେ ରହିଛି । ଯୁଆଡ଼େ ଚାହିଁଲେ କେବଳ ମହିଳା ହିଁ ମହିଳା । ଏହା ଆଫ୍ରିକାର ସିଙ୍ଗଲ୍ସେକ୍ସ କମ୍ୟୁନିଟି ଥିବା ଏକମାତ୍ର ଗାଁ । ତେଣୁ ପୁରୁଷଙ୍କ ରହିବା ଉପରେ ଏଠାରେ କଟକଣା ଜାରି କରାଯାଇଛି ।

କାରଣ ୧୯୯୦ରେ ଏହି ଗାଁକୁ ୧୫ଜଣ ଏଭଳି ମହିଳାଙ୍କୁ ରହିବାକୁ ଚୟନ କରାଯାଇଥିଲା, ଯେଉଁମାନେ ବ୍ରିଟିଶ୍ ଯବାନ୍ଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିଲେ । ଏହାପରଠୁ ଗାଁଟି ପୁରୁଷଙ୍କ ହିଂସାର ଶିକାର ହୋଇଥିବା ମହିଳାଙ୍କୁ ଠିକଣାସ୍ଥଳ ପାଲଟିଗଲା । ଏବେ ଏଠାରେ ଦୁଷ୍କର୍ମ, ବାଲ୍ୟବିବାହ, ଘରୋଇ ହିଂସା ଆଦିର ଶିକାର ହୋଇଥିବା ମହିଳାମାନେ ଜୀବନଯାପନ କରୁୂଛନ୍ତି । ବର୍ତ୍ତମାନ ଗାଁରେ ପ୍ରାୟ ୨୫୦ଜଣ ମହିଳା ନିଜ ସନ୍ତାନଙ୍କ ସହ ବାସ କରୁଛନ୍ତି । ଗାଁର ମହିଳାମାନେ ପ୍ରାଇମେରୀ ସ୍କୁଲ୍, କଲଚରାଲ୍ ସେଣ୍ଟର ଏବଂ ସାମବୁରୁ ନ୍ୟାସନାଲ୍ ପାର୍କ ଦେଖିବାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ କ୍ୟାମ୍ପେନ୍ ସାଇଟ୍ ଚଳାଉଛନ୍ତି । ଗାଁର ନିଜସ୍ୱ ୱେବ୍ସାଇଟ୍ ମଧ୍ୟ ରହିଛି । ଏହାଛଡ଼ା ଗାଁର ଫାଇଦା ପାଇଁ ମହିଳାମାନେ ପାରମ୍ପରିକ ଅଳଙ୍କାର ତିଆରି କରୁଛନ୍ତି । ଏଥିରୁ ଯେଉଁ ଲାଭ ମିଳେ, ଘର ଚଳାଇବାକୁ ଉପଯୋଗ କରନ୍ତି ।