ଭୁବନେଶ୍ବର: ରାଜ୍ୟର ୩୭୦ଟି ଗ୍ରାମ ପଞ୍ଚାୟତରେ ହାଇସ୍କୁଲ ନାହିଁ । ବିଧାନସଭାରେ ଉପରୋକ୍ତ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।
ରାଜ୍ୟରେ କେତୋଟି ଗ୍ରାମ ପଞ୍ଚାୟତରେ ହାଇସ୍କୁଲ ନାହିଁ, ଭବିଷ୍ୟତରେ ହାଇସ୍କୁଲ ନ ଥିବା ଗ୍ରାମ ପଞ୍ଚାୟତରେ ହାଇସ୍କୁଲ ଖୋଲିବା ପାଇଁ ରାଜ୍ୟ ସରକାର କି ପଦକ୍ଷେପ ନେଇଛନ୍ତି ? ବିଜେଡି ବିଧାୟକ କିଶୋର ଚନ୍ଦ୍ର ନାୟକଙ୍କ ଏହି ପ୍ରଶ୍ନର ଉତ୍ତରରେ ଗଣଶିକ୍ଷା ମନ୍ତ୍ରୀ ଏହି ତଥ୍ୟ ଗୃହରେ ଦେଇଛନ୍ତି।
ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ୩୭୦ ଗ୍ରାମ ପଞ୍ଚାୟତରେ ହାଇସ୍କୁଲ ନ ଥିବା ବେଳେ ଆରଏମଏସଏ ନିୟମାବଳୀ ଅନୁସାରେ ହାଇସ୍କୁଲ ପ୍ରତିଷ୍ଠା କରାଯିବା ନେଇ ବ୍ୟବସ୍ଥା କରାଯାଇଛି । ଏଣୁ ହାଇସ୍କୁଲ ନ ଥିବା ଗ୍ରାମପଞ୍ଚାୟତଗୁଡ଼ିକରେ ଆରଏମଏସଏ ନିୟମାବଳୀ ଅନୁସାରେ ଦୂରତା ଓ ଛାତ୍ରଛାତ୍ରୀ ଉପସ୍ଥାନକୁ ଦୃଷ୍ଟିରେ ରଖି ପଞ୍ଚାୟତରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ପରିଣତ କରିବାକୁ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।