ଏଥର କଟକରେ ହେବ ନାହିଁ ଗଣେଶ ପୂଜା

କଟକ: କରୋନା ସଂକ୍ରମଣ ପାଇଁ କଟକ ସହରରେ ଚଳିତ ବର୍ଷ ହେବ ନାହିଁ ଗଣେଶ ପୂଜା। କଟକ ମହାନଗର ପୂଜା କମିଟି ସଂପାଦକ ପ୍ରଭାତ ତ୍ରିପାଠୀ ଏହି ସୂଚନା ଦେଇଛନ୍ତି।

ଆଜି କଟକ ମହାନଗର ଶାନ୍ତି କମିଟି ଓ କଟକ ମହାନଗର ପୂଜା କମିଟି ସହ କମିଶନରେଟ୍ ପୁଲିସର ବୈଠକ ବସିଥିଲା। ବୈଠକରେ ପରେ କଟକ ମହାନଗର ପୂଜା କମିଟି ସଂପାଦକ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, କରୋନା ସଂକ୍ରମଣ ପାଇଁ କଟକ ସହରରେ ଏଥର ଗଣେଶ ପୂଜା ହେବ ନାହିଁ । ଯଦି କରୋନା ସ୍ଥିତି ଏଭଳି ଲାଗି ରହେ କଟକରେ ଦଶହରାରେ କେବଳ ମୂର୍ତ୍ତି ପୂଜା ହେବ।