ଦ୍ୱିତୀୟ ଦିନରେ ସମସ୍ତ ରିପୋର୍ଟ ନେଗେଟିଭ୍‌

ଭୁବନେଶ୍ୱର: କରୋନାକୁ ନେଇ ରାଜ୍ୟ ପାଇଁ ଏକ ଖୁସି ଖବର । ଦ୍ୱିତୀୟ ଦିନରେ କରାଯାଇଥିବା କରୋନା ନମୁନା ଟେଷ୍ଟ ନେଗେଟିଭ୍ ବାହାରିଛି । ବୁଧବାର ସମସ୍ତ ନମୁନା ନେଗେଟିଭ୍‌ ଆସିଥିବା ବେଳେ ଗୁରୁବାର ମଧ୍ୟ ରାଜ୍ୟରେ ପରୀକ୍ଷା ହୋଇଥିବା ସମସ୍ତ ସାମ୍ପଲର ରିପୋର୍ଟ ନେଗେଟିଭ୍ ଆସିଛି। ଗତକାଲି ମୋଟ ୮୪୩ଟି ନମୁନା ପରୀକ୍ଷା ହୋଇଥିଲା। ତେବେ ସମସ୍ତ ରିପୋର୍ଟ ନମୁନା ନେଗେଟିଭ୍‌ ଆସିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି।

ଗତକାଲି ସୁଦ୍ଧା ରାଜ୍ୟରେ ମୋଟ ୭,୫୭୭ ନମୁନା ପରୀକ୍ଷା ହୋଇଛି। ଏଥିରୁ ୭,୫୧୭ ନମୁନାର ରିପୋର୍ଟ ନେଗେଟିଭ୍‌ ଆସିଛି। ଅନ୍ୟପକ୍ଷରେ  ୬୦ ଆକ୍ରାନ୍ତଙ୍କ ମଧ୍ୟରୁ ୧୯ ଜଣ ସୁସ୍ଥ ହୋଇସାରିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ୪୦ ଜଣ ଆକ୍ରାନ୍ତ ରାଜ୍ୟର ବିଭିନ୍ନ ହସ୍‌ପିଟାଲ୍‌ରେ ଚିକତ୍ସାଧୀନ ଅଛନ୍ତି।