ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତି; ଗ୍ରୁପ୍‌-୩ କର୍ମଚାରୀଙ୍କ ପଦନ୍ନୋତି ପାଇଁ ଦରକାର ନାହିଁ ସିସିଆର

ଭୁବନେଶ୍ୱର: ସରକାରୀ କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାର ଏକ ବଡ଼ ନିଷ୍ପତି ନେଇଛନ୍ତି । ଏଥର ରାଜ୍ୟର ଗ୍ରୁପ୍‌-୩ କର୍ମଚାରୀଙ୍କ ପଦନ୍ନୋତି ପାଇଁ ଦରକାର ପଡିବ ନାହିଁ ସିସିଆର ବୋଲି ନିଷ୍ପତି ନେଇଛନ୍ତି । ଏହା କେବଳ ଉପରିସ୍ଥ ଅଧିକାରୀ ସୁପାରିଶ କରିଦେଲେ ପଦନ୍ନୋତି ହୋଇଯିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି । ସରକାରୀ କର୍ମଚାରୀଙ୍କ ପାଇଁ ଏହି ସିସିଆର ବହୁ ଗୁରୁତ୍ୱ ରଖିଥାଏ | ପ୍ରତି ବର୍ଷ ସରକାରୀ କର୍ମଚାରୀଙ୍କୁ ସେମାନଙ୍କର ସିସିଆର ବା ଚରିତ୍ର ପଞ୍ଜିକା ଦେବାକୁ ପଡିଥାଏ |

ଏଥିପାଇଁ ଉପରିସ୍ଥ ଅଧିକାରୀ ରିପୋର୍ଟ ପ୍ରସ୍ତୁତ କରିଥାନ୍ତି | କିନ୍ତୁ ଏବେ ଗ୍ରୁପ ୩ କର୍ମଚାରୀଙ୍କ ପଦୋନ୍ନତି ପାଇଁ ସିସିଆର ଦେବାର ଆବଶ୍ୟକତା ନାହିଁ | ନିଜ ବିଭାଗର ବରିଷ୍ଠ ଅଧିକାରୀ କେବଳ ସୁପାରିଶ କରିଦେଲେ କର୍ମଚାରୀଙ୍କର ପଦୋନ୍ନତି ହୋଇଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି |

ସୂଚନା ଥାଉ କି ଏହା ପୂର୍ବରୁ ୨୦୧୯ ମସିହାରେ ବାବୁ ଓ ସରକାରୀ କର୍ମଚାରୀଙ୍କ ସିସିଆରରେ ବି ‘୫ଟି’ ସାମିଲ କରାଯାଇଥିଲା। ମୋଟ ୧୦ ନମ୍ବରରୁ ୮ ନମ୍ବର ପୂର୍ବରୁ ନିର୍ଧାରିତ ମାପକାଠି ଅନୁସାରେ ଦିଆଯିବ। ବାକି ୨ ନମ୍ବର ‘୫ଟି’ ପାଇଁ ଦିଆଯିବାର ବ୍ୟବସ୍ଥା କରାଯାଇଥିଲା । ଯେଉଁମାନେ ମୁଖ୍ୟମନ୍ତ୍ରୀଙ୍କ ଏହି ଫର୍ମୁଲା କାର୍ଯ୍ୟାନ୍ବୟନ ଯେତେ ଭଲ କରିବେ, ସେମାନଙ୍କୁ ୨ମାର୍କରୁ ସେତିକି ମିଳିବ ବୋଲି କୁହାଯାଇଥିଲା |