ପୁରୀ ଶ୍ରୀ ମନ୍ଦିରରେ ଅନଲାଇନ ଅବଢା ବିକି କୁ ନିଶେଦ୍ଧ କଲା ମନ୍ଦିର ପ୍ରଶାସନ

ପୁରୀ  :  ଅନଲାଇନରେ ଅବଢା ବିକିଲେ ହେବ କାର୍ଯ୍ୟାନୁଷ୍ଠାନ । ଆଜି ଏକ ବିଜ୍ଞପ୍ତି ଜାରି କରି ଏଭଳି ଚେତାବନୀ ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ଏହି ବିଜ୍ଞପ୍ତିରେ କୁହାଯାଇଛି, ବିଭିନ୍ନ ସଂସ୍ଥା ଅନଲାଇନରେ ଅବଢା ବିକ୍ରି ଲାଗି ବରାଦ ନେଉଥିବା ସୋସିଆଲ ମିଡିଆରୁ ଜଣା ପଡ଼ିଛି । ହେଲେ ଶ୍ରୀମନ୍ଦିର ପ୍ରଶାସନ ଏଭିଳି ଅନଲାଇନ ଅବଢା ବିକ୍ରି ଲାଗି କୌଣସି ସଂସ୍ଥାକୁ ଅନୁମତି ଦେଇ ନାହିଁ । ଏଭଳି କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷ ବା ଅନୁଷ୍ଠାନକୁ ଠାବ କରିବାକୁ ପୋଲିସକୁ କୁହାଯାଇଥିବା ମନ୍ଦିର ପ୍ରଶାସନ ଜଣାଇଛି । ଯଦି କେହି ବି ଅନଲାଇନରେ ଅବଢା ବିକ୍ରି କରନ୍ତି ତେବେ ଆଇନତଃ ଦଣ୍ଡିତ ହେବେ ବୋଲି ବିଜ୍ଞପ୍ତି ଜରିଆରେ ଜଣାଇଛନ୍ତି ମନ୍ଦିର ମୁଖ୍ୟ ପ୍ରଶାସକ ।

ଅନଲାଇନ୍ ମହାପ୍ରସାଦ ବିକ୍ରି ବା ଅନଲାଇନ୍ ନିମନ୍ତ୍ରଣ ପଠାଇବା ନେଇ କାହାରି ଅନୁମତି ଦିଆଯାଇ ନାହିଁ ବୋଲି ଏହି ଚିଠିରେ ଉଲ୍ଲେଖ କରାଯାଇଛି । ତେବେ ୪-୫ଟି ସଂସ୍ଥା ଅନଲାଇନ୍ ଦ୍ୱାରା ମହାପ୍ରସାଦ ବିକ୍ରି କରିବା ନେଇ ସୋସିଆଲ ମିଡିଆରୁ ଜଣାପଡିଛି । ମହାପ୍ରଭୁଙ୍କ ମହାପ୍ରସାନକୁ ନେଇ ବେପାର କରିବା ଦ୍ୱାରା ଲୋକଙ୍କ ଧର୍ମୀୟ ଭାବନାରେ ଆଘାତ ସୃଷ୍ଟି କରୁଛି । ଏହାସହ ଏସବୁ କାମ ପାଇଁ ଶ୍ରୀମନ୍ଦିରର ପାରମ୍ପରିକ ବ୍ୟବସ୍ଥା ଏବଂ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ସତ୍ୱାଧିକାର ବୋଲି ମନ୍ଦିର ପ୍ରଶାସନ କହିଛି ।