ଉନ୍ନାଓ ପୀଡିତାଙ୍କ ଶେଷକୃତ ସମ୍ପନ୍ନ

ଭଉଣୀଙ୍କୁ ମିଳିବ ଚାକିରୀ, ଭାଇକୁ ବନ୍ଧୁକ ଲାଇସେନ୍ସ ମିଳିବ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଉନ୍ନାଓ ଜିଲ୍ଲାରେ ଗଣ ବଳାତ୍କାର ଏବଂ ଜିଅନ୍ତା ଜଳାଯାଇଥିବା ଯୁବତୀଙ୍କ ଅନ୍ତୀମ ସଂସ୍କାର ଶେଷ ହୋଇଛି । ପୀଡିତାଙ୍କ ପରିବାର ଲୋକେ ଶନିବାର ଦିନ ଦିଲ୍ଲୀରୁ ଶବ ଆସିବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଆସିବା ପାଇଁ ଦାବି କରିଥିଲେ । ପ୍ରଶାସନର ଅନେକ ବୁଝାବୁଝି ପରେ ପରିବାର ଲୋକେ ଶେଷରେ ରାଜି ହୋଇଥିଲେ ଏବଂ ପୀଡିତାଙ୍କୁ ପୋତା ଯାଇଥିଲା । ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଲୋକଙ୍କ ଆଖିରୁ ଲୁହ ଝରି ଆସିଥିଲା । ସମସ୍ତଙ୍କ କେବଳ ଏକିତି ଦାବି ଥିଲା ଯେ ଦୋଷୀଙ୍କୁ କଠୋରରୁ କଠୋର ଦଣ୍ଡ ମିଳୁ । ଏହାରି ମଧ୍ୟରେ ସରକାର ଘଷୋଣା କରିଛନ୍ତି ଯେ ପୀଡିତାଙ୍କ ଭଉଣୀଙ୍କୁ ସରକାରୀ ଚାକିରୀ ଏବଂ ଭାଇକୁ ବନ୍ଧୁକ ଲାଇଲେନ୍ସ ମିଳିବ ।

ଏହା ପୂର୍ବରୁ ପୀଡିତାଙ୍କ ବାପା ଘୋଷଣା କରିଥିଲେ ଯେ ସେ ନିଜର ଝିଅଙ୍କୁ ଏବେ ଜଳାଇବେନି, ବରଂ ପୋତିବେ । ସେ କହିଥିଲେ, ଆମେ ନିଜର ଝିଅକୁ ପୋତିବୁ । ମୁଁ ତାକୁ ଏବେ ଆଉ ଜଳାଇବାକୁ ଚାହୁଁନି । ମୋ ଝିଅ ପୂର୍ବରୁ ହିଁ ଜଳି ସାରିଛି । କଡା ସୁରକ୍ଷା ମଧ୍ୟରେ ରବିବାର ମଧ୍ୟାହ୍ଣରେ ପୀଡିତାଙ୍କ ଗାଁ ବାହାର ଅଞ୍ଚଳରେ ଖାଲି ପଡିଥିବା ମୈଦାନରେ ପୋତା ଯାଇଛି ।

ଏହାରି ମଧ୍ୟରେ ଲକ୍ଷ୍ନୌ କମିଶନର ମୁକେଶ ମେଶ୍ରାମ ଘୋଷଣା କରିଛନ୍ତି ଯେ ପୀଡିତାଙ୍କ ଭଉଣୀଙ୍କୁ ସରକାରୀ ଚାକିରୀ ଦିଆଯାବ । ଏହାସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନୁସାରେ ପରିବାରକୁ ଦୁଇଟି ଘର ଦିଆଯିବ । ଏହା ପୂର୍ବରୁ ରାଜ୍ୟ ସରକାର ତରଫରୁ ପୀଡିତାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରାଯାଇଥିଲା ।

ମେଶ୍ରାମ କହିଛନ୍ତି, ଆମେ ନିଷ୍ପତ୍ତି ନେଇଛୁ ଯେ ପୀଡିତାଙ୍କ ଭଉଣୀ ଏବଂ ପରିବାରର ଅନ୍ୟ ସଦସ୍ୟଙ୍କୁ ୨୪ ଘଣ୍ଟାର ସୁରକ୍ଷା ପ୍ରଦାନ କରାଯିବ । ପୀଡିତାଙ୍କ ଭାଇର ଦାବି ଅନୁସାରେ ଆତ୍ମରକ୍ଷା ପାଇଁ ତାଙ୍କୁ ବନ୍ଧୁକ ଲାଇସେନ୍ସ ଦିଆଯିବ । ଉଲ୍ଲେଖଯୋଗ୍ୟ ଯେ ପୀଡିତାଙ୍କ ଭଉଣୀଙ୍କୁ ସରକାରୀ ଚାକିରୀ ପାଇଁ ଦାବି କରିଥିଲେ । ସରକାର ତାଙ୍କ ଦାବି ଗ୍ରହଣ କରିଛନ୍ତି । ଗାଁରେ ଚାପାକୁ ନଜରରେ ରଖି ଅନ୍ତିମ ସଂସ୍କାର ସମୟରେ ଭାରି ମାତ୍ରାରେ ପୁଲିସ ଏବଂ ପିଏସି ମୁତୟନ କରାଯାଇଥିଲା ।