ପୁଣିଥରେ ଲମ୍ବା କେଶ ରଖି ନିଜ ରେକର୍ଡ ଭାଙ୍ଗିଲେ ଗୁୁଜୁରାଟୀ ଝିଅ ନିଲାଂଶୀ

ଗୁଜୁରାଟ: ପୁଣିଥରେ ଲମ୍ବା କେଶ ରଖି ନିଜ ରେକର୍ଡ ଭାଙ୍ଗିଲେ ଗୁଜୁରାଟୀ ଆରାବଳୀ ନିବାସୀ ନିଲାଂଶୀ । ପୂର୍ବରୁ ସେ ୧୬ ବର୍ଷ ବୟସରେ ନିଜର ଏହି ଲମ୍ବା କେଶ ପାଇଁ ବିଶ୍ୱ ରେକର୍ଡ କରିଥିଲେ । ନିଲାଂଶୀ ଏବେ ୧୭ ବର୍ଷ ବୟସରେ ପାଦ ଥାପିଛନ୍ତି ।

ବର୍ଷ ୨୦୧୮ରେ ସେ ଗିନିଜ ୱାର୍ଲ୍ଡ ରେକର୍ଡ ପ୍ରତିଷ୍ଠା କରିଥିଲେ । ସେହି ସମୟରେ ସେ କିଶୋରୀ ଭାବେ ଏହି ଉପଲବ୍ଧି ହାସଲ କରିଥିଲେ । ସେତେବେଳକୁ ନିଲାଂଶୀଙ୍କର ୧୭୦.୫ ସେଂଟିମିଟର କେଶ ଥିଲା । ଏବେ ଏହା ୧୯୦ ସେଂଟିମିଟରରେ ପହଂଚିଛି । ନିଲାଂଶୀ କୁହନ୍ତି ଯେ, ମୁଁ ଯେତେବେଳେ ୬ ବର୍ଷ ବୟସର ଥିଲି, ପାର୍ଲରରେ ଜଣେ ମହିଳା ମୋର କେଶକୁ ବହୁତ ଛୋଟ କରି ଦେଇଥିଲେ । ଏହା ପର ଠାରୁ ମୁଁ ଆଉ କେବେ କେଶ କାଟି ନାହିଁ । ଏବେ ମୋର କେଶକୁ ନେଇ ମୁଁ ଭାଗ୍ୟଶାଳୀ ମନେ କରୁଛି ।

ନିଜର କେଶକୁ ନେଇ ନିଲାଂଶୀଙ୍କ ନାମ ଚାରିଆଡେ ଚର୍ଚ୍ଚା ହେଉଛି । ତାଙ୍କ ସହିତ ଲୋକେ ସେଲ୍ଫି ନେବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ମୋତେ ସେଲିବ୍ରିଟି ଭଳି ଅନୁଭବ ହେଉଛି ବୋଲି ସେ କହିଛନ୍ତି । ନିଲାଂଶୀଙ୍କ ମା’ କୁହନ୍ତି ଯେ, ଏହି କେଶ ପାଇଁ ଝିଅକୁ ବହୁତ ପରିଶ୍ରମ କରିବାକୁ ପଡୁଛି । ସେ କୁହନ୍ତି ଯେ, ଏତେ ଲମ୍ବା କେଶର କାରଣ ହେଉଛି ମା’-ବାପାଙ୍କ ଜିନ ।