ବିଚ ରାସ୍ତାରେ କାହିଁକି ନାଚିଲେ ଏସିଆର ଟପ ଥ୍ରୀ ସେକ୍ସି ମହିଳା? ଭିଡିଓ ଭାଇରାଲ

ମୁମ୍ବାଇ : ବିଚ ରାସ୍ତାରେ ନିଜ କାରରୁ ହଟାତ ଓହ୍ଲାଇଲେ ଅଭିନେତ୍ରୀ । ଆଉ ଆରମ୍ଭ କରିଦେଲେ ହଟ ଡ୍ୟାନ୍ସ । ସମସ୍ତଙ୍କ ଆଗରେ ଏମିତି ନାଡିଲେ ଯେ,ଯିଏ ଦେଖିଲେ ଟିକିଏ ଅଟକିଗଲେ । ଏସିଆ ସେକ୍ସି ମହିଳା ଭାବେ ସ୍ଥାନ ପାଇଥିବା ମହିଲା ସେଲିବ୍ରେଟିଙ୍କ ଏପରି ନୃତ୍ୟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଆମେ କହୁଛୁ ଟେଲି ଦୁନିଆ ବା ଛୋଟ ପରଦାର ଜଣା ଶୁଣା ଅଭିନେତ୍ରୀ ତଥା ଏକତା ଏସିଆର ସେକ୍ସି ମହିଳା ତାଲିକାରେ ତିନି ନମ୍ବରରେ ଥିବା ଅଭିନେତ୍ରୀ ନିୟା ଶର୍ମାଙ୍କ କଥା । ସୋସିଆଲ ମିଡିଆରେ ବେଶ ଆକ୍ଟିଭ ଥିବା ନେୟା ତାଙ୍କ ଏହି ନାଚକୁ ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି । ଏହା ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି । ଏବେ ସୋସିଆଲ ମିଡିଆରେ ହାଗଟ୍ୟାଗର ସିରିଜ ଚାଲିଛି । ଏହି ସିରିଜରେ ଲୋକେ ଚାଲୁଥିବା ଗାଡିରେ ଡ୍ୟାନ୍ସ କରି ନିଜ ନିଜର ଭିଡିଓକୁ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି ।

‘ଏକ ହଜାରୋ ମେ ମେରି ବେହେନା’ ଓ ‘ଜମାଇ ରାଜା’ ସିରିୟଲରେ ତାଙ୍କ ଅଭିନୟ ଦ୍ୱାରା ଦର୍ଶକଙ୍କ ମନ ଜିତିପାରିଛନ୍ତି  ନିୟା । ଏହାପରେ ଯେତେବେଳେ ଏସିଆ ସେକ୍ସି ମହିଳା ଭିତରେ ଟପ୍ ୩ରେ ସ୍ଥାନ ପାଇଲେ ଏହି ଟାଇଟଲ ହାସଲ କରିବା ପରେ ଦେଢ ବର୍ଷ ପର୍ଯ୍ୟନ୍ତ କେବଳ ଫଟୋସୁଟ୍‌ରେ ବ୍ୟସ୍ତ ଥିଲେ । ତେବେ ବିକ୍ରମଭଟ୍ଟଙ୍କ ନିର୍ଦ୍ଦେଶିତ ୱେବ ସିରିଜ ‘ଟୁଇଷ୍ଟେଡ୍‌’ ଜରିଆରେ ସେ ପୁଣି ଥରେ ଅଭିନୟ ଦୁନିଆରେ ପାଦ ରଖିଲେ । ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରହୁଥିବା ନେହା ଅଧିକାଂଶ ସମୟ ନିଜର ଫଟୋ ଓ ଭିଡିଓକୁ ପୋଷ୍ଟ କରିଥାନ୍ତି । ତାଙ୍କର ଏହି ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । କିଛି ସମୟ ପୂର୍ବରୁ ନିୟା ତାଙ୍କର ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଏହି ଭିଡିଓରେ ନିୟା ଅଚାନକ ନିଜ କାରରୁ ଓହ୍ଲାଇ ବାହାରକୁ ଆସି ଡ୍ୟାନ୍ସ କରିବାରେ ଲାଗିଥିଲେ ।