ରାଜ୍ୟ ସରକାର ମୋଟରଯାନ ଜୋରିମାନା କମେଇପାରିବେ: ଗଡ଼କରୀ

ନୂଆଦିଲ୍ଲୀ: ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଜ ରାଜ୍ୟ ଗୁଜରାଟ ସରକାର ନୂଆ ଟ୍ରାଫିକ ଆଇନରେ ଥିବା ଜୋରିମାନା ପରିମାଣ କମାଇବା ପରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ। ସେ କହିଛନ୍ତି ଜୋରିମାନା ପରିମାଣ ବଢ଼ାଇ...

ନୂଆଦିଲ୍ଲୀ: ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଜ ରାଜ୍ୟ ଗୁଜରାଟ ସରକାର ନୂଆ ଟ୍ରାଫିକ ଆଇନରେ ଥିବା ଜୋରିମାନା ପରିମାଣ କମାଇବା ପରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ। ସେ କହିଛନ୍ତି ଜୋରିମାନା ପରିମାଣ ବଢ଼ାଇ ସରକାର ତାଙ୍କ ପକେଟ ଫୁଲ୍ କରିବାକୁ ଚାହୁଁ ନାହାନ୍ତି, ବରଂ ଲୋକଙ୍କ ଜୀବନର ସୁରକ୍ଷା ଚାହୁଁଛନ୍ତି। ଜୋରିମାନା ଅର୍ଥ ଅଧିକ ଗଣିଲେ ଲୋକ ରାସ୍ତାରେ ସୁରକ୍ଷିତ ହୋଇ ଯିବେ ବୋଲି ସେ କହିଛନ୍ତି। ଏମିତିକି ଓଭର ସ୍ପିଡିଙ୍ଗ ପାଇଁ ସେ ଜୋରିମାନା ଗଣିଥିଲେ ବୋଲି କହିଥିଲେ।

ପ୍ରତିବର୍ଷ ଦେଶରେ ୧ ଲକ୍ଷ ୫୦ ହଜାର ଲୋକଙ୍କ ମୃତ୍ୟୁ ସଡ଼କ ଦୁର୍ଘଟଣାରୁ ଘଟୁଛି ବୋଲି ସେ କହିଛନ୍ତି। ତାମିଲନାଡୁର ଟ୍ରାଫିକ ବ୍ୟବସ୍ଥାକୁ ପ୍ରଶଂସା କରି ଗଡକରୀ କହିଛନ୍ତି ମାତ୍ର ୨୮ ପ୍ରତିଶତ ସଡ଼କ ଦୁର୍ଘଟଣା ଏଠାରେ ହେଉଛି। ନୂଆ ମୋଟର ଭେଇକିଲ୍ ଆକ୍ଟ ଏବଂ ଟ୍ରାଫିକ ନିୟମରେ ଅନେକ ପରିବର୍ତ୍ତନ ହୋଇଛି। ମୋଟରଯାନ ସଂଶୋଧନ ଆଇନରେ କୌଣସି ରାଜ୍ୟ ପରିବର୍ତ୍ତନ ଆଣି ପାରିବ ନାହିଁ। କୌଣସି ରାଜ୍ୟ ଏହି ଆଇନ ଲାଗୁ କରିବେ ନାହିଁ ବୋଲି ମନା କରି ନାହାଁନ୍ତି ବୋଲି ସେ କହିଛନ୍ତି। ହେଲେ କୌଣସି ରାଜ୍ୟ ସରକାର ଚାହିଁଲେ ଜୋରିମାନା ପରିମାଣ କମାଇ ପାରିବେ ବୋଲି ଗଡକରୀ କହିଛନ୍ତି।

ସୂଚନାଯୋଗ୍ୟ, ସେପ୍ଟେମ୍ବର ୧ରୁ ଦେଶରେ ନୂଆ ଟ୍ରାଫିକ ଓ ଜୋରିମାନା ଲାଗୁ ହେବା ପରେ ଏହାକୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଇଛି। ଟ୍ରାଫିକ୍‌ ଉଲ୍ଲଙ୍ଘନକାରୀଙ୍କ ନାଁରେ ମୋଟା ଅଙ୍କର ଚାଲାଣ କଟା ଯାଉଥିବାରୁ ବିଭିନ୍ନ ସ୍ଥାନରେ ଏହାକୁ ବିରୋଧ କରାଯାଇଛି।

Spread the love
Categories
ଦେଶ-ବିଦେଶ

RELATED BY