ଶ୍ରୀମନ୍ଦିରରେ ପୁଣି ନୀତି ବିଳମ୍ବ

ପୁରୀ:ପୁଣି ଥରେ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତି ବିଳମ୍ବ ହୋଇଛି । ସେବାୟତଙ୍କ ଆନ୍ଦୋଳନ ଯୋଗୁଁ ୨ ଘଣ୍ଟା ନୀତି ବିଳମ୍ବ । ଫଳରେ ଆଜି ଶ୍ରୀଜୀଉଙ୍କ ନିକଟରେ ବଲ୍ଲଭ ଭୋଗ ଲାଗି ହୋଇ ପାରି ନାହିଁ ।

ଆଜି ସେବାୟତ ରାଜାରାମଙ୍କ ପାଳି ଥିଲା । ମାତ୍ର ରାଜାରାମଙ୍କୁ ତିନି ମାସର ପାଉଣା ମିଳି ନ ଥିବାରୁ ସେ ମହାପ୍ରଭୁଙ୍କ ନୀତିକାନ୍ତି କରି ନ ଥିଲେ । ୩ ମାସ ବକେୟା ପାଉଣା ଦେବା ଦାବିରେ ବଡ଼ ସେବାୟତ ଆନ୍ଦୋଳନ କରିଛନ୍ତି । ଫଳରେ ମହାପ୍ରଭୁଙ୍କ ସକାଳ ଧୂପ ନୀତିକାନ୍ତିରେ ୨ ଘଣ୍ଟା ବିଳମ୍ବ ହୋଇଛି । ଏମିତିକି ବଲ୍ଳଭ ଭୋଗ ମଧ୍ୟ ଲାଗି ହୋଇ ପାରି ନାହିଁ । ଶ୍ରୀମନ୍ଦିର ପ୍ରଶାସନର ହସ୍ତକ୍ଷେପ ପରେ ନୀତିକାନ୍ତି ଆରମ୍ଭ ହୋଇଥିବା ଜଣାପଡ଼ିଛି ।