ନୀତି ଆୟୋଗ ରିପୋର୍ଟ : ସମନ୍ବିତ ବିକାଶ କ୍ଷେତ୍ରରେ ୧୦ ପାଦ ଉପରକୁ ଉଠିଲା ଓଡିଶା

ଏସଡିଜି ଇଣ୍ଡିଆ ଇଣ୍ଡେକ୍ସର ସୂଚକାଙ୍କ ଦେଶ ୩ ପାଦ ବଢିଥିବାବେଳେ ରାଜ୍ୟ ଆଗୋଇଛି ୧୦ ପାଦ

ଭୁବନେଶ୍ବର : ନୀତି ଆୟୋଗ, ଏସଡିଜି ଇଣ୍ଡିଆ ଇଣ୍ଡେକ୍ସର ସୂଚକାଙ୍କରେ ସାରା ଦେଶରେ ଓଡିଶା ପ୍ରଦର୍ଶନ ବେଶ ଉତ୍ସାହ ଜନକ ରହିଛି । ଓଭର ଅଲ ରାଙ୍କିଙ୍ଗରେ ଓଡ଼ିଶା ୧୦ ପାଦ ଉପରକୁ ଉଠିଛି।  ୨୦୧୮ରେ ଓଡ଼ିଶା ୨୬ ତମ ସ୍ଥାନରେ ଥିବା ବେଳେ ୨୦୧୯ରେ ଏହାର ସ୍ଥାନ ୧୬କୁ ଉନ୍ନୀତ ହୋଇଛି। ସାମଗ୍ରୀକ ଭାବେ ଭାରତର ଇଣ୍ଡେକ୍ସ ୬୦ ତମ ସ୍ଥାନରୁ ୫୭ ତମ ସ୍ଥାନୀକୁ ଉନ୍ନୀତ ହୋଇଛି ।ଅର୍ଥାତ ଦେଶ ୩ ପାଦ ଆଗକୁ ବଢିଥିବାବେଳେ ଓଡିଶା ବଢିଛି ୧୦ ପାଦ ଆଗକୁ ବଢିଛି ବୋଲି ନୀତି ଆୟୋଗ ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି ।

ସମନ୍ବିତ ବିକାଶ କ୍ଷେତ୍ରରେ ରାଜ୍ୟଗୁଡ଼ିକର ପ୍ରଗତିର ତୁଳନାତ୍ମକ ଚିତ୍ର ରଖିଛନ୍ତି ନୀତି ଆୟୋଗ । ତେବେ ଓଭର ଅଲ ରାଙ୍କିଙ୍ଗରେ ମଧ୍ୟ ଓଡ଼ିଶା ୧୦ ପାଦ ଉପରକୁ ଉଠିଛି।  ୨୦୧୮ରେ ଓଡ଼ିଶା ୨୬ ତମ ସ୍ଥାନରେ ଥିବା ବେଳେ ୨୦୧୯ରେ ଏହାର ସ୍ଥାନ ୧୬କୁ ଉନ୍ନୀତ ହୋଇଛି। ଯେତେବେଳେ କି ୨୦୧୮ରେ ଗୁଜରାଟ ଯେଉଁ ସ୍ଥାନରେ ରହିଥିଲା ସେହିଠାରେ ରହିଯାଇଛି। ସେହିପରି ସାମଗ୍ରୀକ ଭାବେ ଭାରତର ଇଣ୍ଡେକ୍ସ ୬୦ ତମ ସ୍ଥାନରୁ ୫୭ ତମ ସ୍ଥାନୀକୁ ଉନ୍ନୀତ ହୋଇଛି । ଶିଳ୍ପ, ଜଳ ପରିଚାଳନା, ପରିମଳ ବ୍ୟବସ୍ଥାରେ ସଂଗଠିତ କାର୍ଯ୍ୟ ଲାଗି ଭାରତର ସ୍ଥାନରେ ଉନ୍ନୀତ ହୋଇଛି। ତେବେ ଅପପୁଷ୍ଟି ଏବେ ଦେଶ ପାଇଁ ଚ୍ୟାଲେଞ୍ଜ ହୋଇ ରହିଛି।  ସମନ୍ବିତ ବିକାଶ କ୍ଷେତ୍ରରେ ସର୍ବୋଚ୍ଚ ସ୍ଥାନରେ ଥିବା ରାଜ୍ୟଗୁଡ଼କ ମଧ୍ୟରେ ଅଛନ୍ତି କେରଳ, ହିମାଚଳ ପ୍ରଦେଶ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା। ଓଡ଼ିଶା ସମେତ ଉତ୍ତର ପ୍ରଦେଶ ଏବଂ ସିକ୍କିମରେ ସମନ୍ବିତ ବିକାଶ ଉଲ୍ଲେଖଯୋଗ୍ୟ ଥିବା ନିତି ଆୟୋଗ ପ୍ରକାଶ କରିଛନ୍ତି।  ଓଡ଼ିଶାର ପ୍ରଗତିକୁ ଫାଷ୍ଟ ମୁଭ କାଟାଗୋରିରେ ଦ୍ବିତୀୟ ସ୍ଥାନରେ ରଖିଛନ୍ତି ।