ପୁଣି କୃଷି କାର୍ଯ୍ୟରେ ଆଗରେ ଓଡିଶା, ନବରଙ୍ଗପୁରକୁ ନୀତି ଆୟୋଗଙ୍କ ପ୍ରଶଂସା

ଭୁବନେଶ୍ୱର : କୃଷି କାର୍ଯ୍ୟରେ ଅଭିନବ ପ୍ରଦ୍ଧତି ସହ ଜଳ ସଂରକ୍ଷଣ ଏବଂ ନୂତନ ପ୍ରଣାଳୀରେ ସ୍ଥାୟୀ ଉନ୍ନତ ଚାଷ କରି ପୁଣି ସଫଳତାର ଆଉ ପାଦେ ଆଗରେ ଓଡ଼ିଶା । ରାଜ୍ୟର ନବରଙ୍ଗପୁର ଓ କନ୍ଧମାଳ ଜିଲ୍ଲା ଏହି କ୍ରମରେ ନିତି ଆୟୋଗ ତାଲିକାର ଶୀର୍ଷରେ ଅଛନ୍ତି ।

ଜଳ ସଂରକ୍ଷଣ କରିବା ସହ କୃଷି କାର୍ଯ୍ୟ ପାଇଁ ଅସମ୍ଭବ ସଦୃଶ ଜମିରେ ସ୍ଥାୟୀ କୃଷି କାର୍ଯ୍ୟକୁ ସମ୍ଭବ କରିପାରିଛନ୍ତି ଏହି ଜିଲ୍ଲାର ଚାଷୀ । ଦେଶର ପ୍ରମୁଖ ପାଞ୍ଚଟି ଜିଲ୍ଲା ତାଲିକାରେ ଶୀର୍ଷରେ ରହିଛି ଓଡିଶାର ନବରଙ୍ଗପୁର । ସେହିପରି ପଞ୍ଚମ ସ୍ଥାନରେ ରହିଛି କନ୍ଧମାଳ।

 ଟ୍ୱିଟର ମାଧ୍ୟମରେ ନିତି ଆୟୋଗ ଏହାର ସୂଚନା ଦେଇଥିବା ବେଳେ ଏହି ଜିଲ୍ଲା ମାନଙ୍କୁ ପ୍ରଶଂସା ମଧ୍ୟ କରିଛି । ସେପଟେ ରାଜ୍ୟର ଦୁଇ ଜିଲ୍ଲାର ଏପରି ସଫଳତାକୁ ମୁଖ୍ୟମନ୍ତ୍ରୀ ମଧ୍ୟ ପ୍ରଶଂସା କରିଛନ୍ତି । ରାଜ୍ୟ ସରକାର ସର୍ବଦା କୃଷି ଓ କୃଷକର ବିକାଶ ପାଇଁ ଚେଷ୍ଟିତ ବୋଲି ମଧ୍ୟ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ ।