ମାଆକୁ ନିର୍ଯାତନା ଦେଇ ଘରୁ ବାହାର କରିଦେଲେ ପୁଅବୋହୂ

ସାଲେପୁର : ପରିଣତ ବୟସରେ ବୃଦ୍ଧା ବିଧବା ମାଆକୁ ଆଶ୍ରୟ ଟିକେ ନେବାପାଇଁ ହେବାକୁ ପଡୁଛି ବାରଦୁଆର । କରୋନା ମହାମରି ପାଇଁ ଆଉ ସେତକବି ମିଳିଲାନାହିଁ। ଶେଷରେ ମନ୍ଦିର ବେଢ଼ା ରେ ନେବାକୁ ପଡିଲା ଆଶ୍ରୟ। ଏଠି ସେଠୀ ଦିନଯାକ ବୁଲିବା ପରେ ଆଶ୍ରୟ ନେବାକୁ ପଡେ ମନ୍ଦିର ବେଢାରେ। ମାଆ କୁ ପୁଅ ବୋହୁର ଶାରୀରିକ ଓ ମାନସିକ ନିର୍ଯ୍ୟାତନା। ନିର୍ଯାତନା ସହି ନପାରି ବୃଦ୍ଧା ବିଧବା ମାଆ କୁ ମନ୍ଦିର ହିଁ ଶେଷ ଆଶ୍ରୟ ସ୍ଥଳ ପାଲଟିଲା। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅଂଚଳ କଟିକଟା ନୂଆଗାଁ ରୁ। ନିଶ୍ଚିନ୍ତକୋଇଲି ଥାନାରେ ବାରମ୍ବାର ଅଭିଯୋଗ ପରେ ପୋଲିସ କାର୍ଯ୍ୟା ନୁଷ୍ଠାନ ଶୂନ।

ଏଭଳି ଏକ ବୃଦ୍ଧା ଙ୍କୁ ଆମେ ଭେଟିଥିଲୁ କଟକ ଜିଲ୍ଲା ସାଲେପୁର ଥାନା ଅଂଚଳ ବିଶେସ୍ୱର ମହାଦେବ ମନ୍ଦିର ବେଢା଼ରେ। ବୃଦ୍ଧା ଜଣକ ହେଲେ ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ କଟିକଟା ନୁଆଁ ଗାଁ ର ପୁନି ମହାନ୍ତି ବୟସ ୮୦ବର୍ଷ । ବୃଦ୍ଧା ଜଣଙ୍କ ସାଲେପୁର ବିଶେଶ୍ୱର ମହାଦେବ ମନ୍ଦିରରେ ଆଶ୍ରୟ ନେଉଥିବା ବେଳେ ଆମ୍ଭେ ପଚାରି ବୁଝି ଥିଲୁ ତାଙ୍କର କରୁଣ କାହାଣୀ ବିଷୟରେ। ଲୋତକ ପୂର୍ଣ୍ଣ ଲୁହ ଛଳ ଛଳ ଆଖିରେ ବଖାଣି ବସିଲେ ଦୁଃଖ ର କାହାଣୀ। ବଡ଼ପୁଅ ପ୍ରଦୀପ୍ତ କୁମାର ମହାନ୍ତି ଓ ବୋହୂ ସବିତା ମହାନ୍ତି ଦୁଇ ଜଣ ମିଶି ମୋତେ ବହୁ ବର୍ଷ ଧରି ନିର୍ଯ୍ୟାତନା ଦେଇ ଆସୁଥିବା ବେଳେ ସାନପୁଅ ବାହାରେ ଦାଦନ ଶ୍ରମିକ ଭାବେ କାମ କରି ଘରକୁ ଟଙ୍କା ଦେଇ ଆସୁଥିଲେ। ହେଲେ ଲାକଡାଉନ ରେ ଘରକୁ ଫେରିବା ପରେ ବଡ଼ ଭାଇ ର ମଧ୍ୟ ସାନ ଭାଇ ଉପରେ ଆରମ୍ଭ ହୋଇଗଲା ଅତ୍ୟାଚାର। ଅବିବାହିତ ସାନ ଭାଇ ମଧ୍ୟ ଘର ଛାଡ଼ି ହେବାକୁ ପଡିଲା ବାର ଦୁଆର। ଇନ୍ଦିରା ଆବାସ ଘର ଟିକୁ ମଧ୍ୟ ଭାଙ୍ଗିଦେଲା ବଡ଼ପୁଅ ଆଉ ବୋହୁ। ଛୋଟ ଚାଳିଆକରି ରହିବା ପରେ ସେତକବି ଭାଙ୍ଗି ଦେଲେ। ଏବେ ବୃଦ୍ଧା ବିଧବା ମାଆ ଆଉ ପୁଅ କୁ ବେସହରା ଆଉ ବାସହରା ହୋଇ ବାରଦୁଆର ହେବାକୁ ପଡୁଛି। ଲାକଡାଉନ ସମୟରେ ମନ୍ଦିର ବେଢ଼ା ସାଜିଛି ଶେଷ ଆଶ୍ରୟ ସ୍ଥଳ। ଏ ନେଇ ବିଧବା ମାଆ ପୁନି ମହାନ୍ତି ପୋଲିସ ଉପରୁ ଭରଷା ତୁଟାଇ ଜିଲାପାଳ ଙ୍କ ଆଶ୍ରୟ ନେବାକୁ ତହସିଲଦାର ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଭୟରେ ଏ ପଯ୍ୟନ୍ତ ଘରକୁ ନ ଫେରି ବିଭିନ୍ନ ଦେବାଦେବୀ ମନ୍ଦିରରେ ଲାକଡାଉନ ଆଶ୍ରୟ ନେଇ ରହୁଛନ୍ତି।ଏବେ ମାଆ ର ଘର ଦରକାର ବୋଲି ବାରମ୍ବାର ଲୁହ ଛଳ ଛଳ ଆଖିରେ କହି କାନ୍ଦି ପାକଉଛି ବୃଦ୍ଧା ଜଣକ। ଏ ନେଇ ପୁଅର ପ୍ରତିକ୍ରିୟା ମିଳିପାରିନାହିଁ।ସ୍ତାନୀୟ ମନ୍ଦିର ରେ ବୃଦ୍ଧା ଜଣଙ୍କୁ ଦେଖି ନ୍ୟାୟ ଦାବି କରିଛନ୍ତି ମନ୍ଦିରକୁ ଆସୁଥିବା ଅଂଚଳବାସୀ।