ଆଜିର ଦିନ ଆମ ପାଇଁ ଐତିହାସିକ ଦିନ: ସ୍ୱାତୀ ମାଲିୱାଲ

ନୂଆଦିଲ୍ଲୀ: ସାତ ବର୍ଷ ପରେ ଫାଶୀ ଖୁଂଟରେ ଝୁଲିଲେ ଦୋଷୀ । ନିର୍ଭୟାଙ୍କୁ ମିଳିଛି ନ୍ୟାୟ । ଫାଶୀ ପରେ ନିର୍ଭୟାଙ୍କ ମା ଖୁସି ହୋଇଥିବା ବେଳେ ଦିଲ୍ଲୀ କମିଶନ ଅଫ ୱିମେନ ଚେୟାର ପର୍ସନ ସ୍ୱାତୀ ମାଲିୱାଲ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଆଜିର ଦିନ ଆମ ପାଇଁ ଐତିହାସିକ ଦିନ ।

୭ ବର୍ଷର ସଂଘର୍ଷ ପରେ ନିର୍ଭୟା ନ୍ୟାୟ ପାଇଛି । ତାଙ୍କର ଆତ୍ମାକୁ ଶାନ୍ତି ମିଳୁ । ଏପରି ଅପରାଧ କରିବା ପରେ ଫାଶୀ ସୁନିଶ୍ଚିତ ବୋଲି ଦେଶ ଜନତାଙ୍କୁ ବାର୍ତ୍ତା ଦେଇଛି । ତେଣୁ ଆଗକୁ ଏପରି ଅପରାଧ ଘଟଣା ପୂର୍ବରୁ ଦୋଷୀ ଦଶ ଥର ଭାବିବ । ନଚେତ ଏଭଳି ଦୋଷୀଙ୍କୁ ଅନ୍ୟ କୌଣସି ଦୋଷ ଠିକ ନୁହେଁ ।

ଅନ୍ୟପଟେ ଏନସିଡବ୍ଲ୍ୟୁ ଚେୟାରପର୍ସନ ରେଖା ଶର୍ମା ମଧ୍ୟ ନିର୍ଭୟାକୁ ନ୍ୟାୟ ମିଳିଥିବାରୁ ଖୁସି ଅଛନ୍ତି । କିନ୍ତୁ ଏହି ନ୍ୟାୟ ପୂର୍ବରୁ ହେବା ଉଚିତ ବୋଲି ସେ କହିଛନ୍ତି । ହୁଏତ ଫାଶୀର ତାରିଖ ବାରମ୍ବାର ଘୁଂଚିଛି, କିନ୍ତୁ ଶେଷରେ ଦୋଷୀ ଫାଶୀ ଖୁଂଟରେ ଝୁଲିଛି । ଆଉ ପୀଡିତାଙ୍କୁ ନ୍ୟାୟ ମିଳିଛି ।

ଏହାସହ ନିର୍ଭୟାଙ୍କ ବାପା ଝିଅକୁ ନ୍ୟାୟ ମିଳିଥିବା ନେଇ ଖୁସି ହୋଇଛନ୍ତି । ଗଣମାଧ୍ୟମ, ସମାଜ ଏବଂ ଦିଲ୍ଲୀ ପୋଲିସକୁ ସେ ଏନେଇ ଧନ୍ୟବାଦ ଦେଇଛନ୍ତି । ମୋ ହସ ପଛର କାରଣ ଆପଣ ନିଶ୍ଚୟ ବୁଝିପାରୁଥିବେ ବୋଲି କହିଛନ୍ତି ବଦ୍ରିନାଥ ସିଂ ।