ପ୍ରଥମ ମହିଳା ଅର୍ଥମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟରେ ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବଂଟନ କରାଯାଇଛି । ଶପଥ ଗ୍ରହଣ ସମାରୋହ ପରେ ମନ୍ତ୍ରାଳୟକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଯାହା ଉପରେ ବିରାମ ଲାଗିଛି ।

ବହୁ ଗୁରୁତ୍ୱପୂର୍ଣ୍ଣ ଅର୍ଥ ବିଭାଗ ନିର୍ମଳା ସୀତାରମଣଙ୍କୁ ପ୍ରଦାନ କରାଯାଇଛି । ଏହାସହ ସେ ପ୍ରଥମ ମହିଳା ମନ୍ତ୍ରୀ ହୋଇଛନ୍ତି । ମୋଦୀ ସରକାରଙ୍କ ଗତ କାର୍ଯ୍ୟକାଳରେ ସେ ପ୍ରଥମ ମହିଳା ରକ୍ଷାମନ୍ତ୍ରୀ ହୋଇଥିଲେ । ପୂର୍ବରୁ ଇନ୍ଦିରା ଗାନ୍ଧି ପ୍ରଧାନମନ୍ତ୍ରୀ ଥିବା ବେଳେ କିଛି ସମୟ ପାଇଁ ଅର୍ଥ ଏବଂ ପ୍ରତିରକ୍ଷା ବିଭାଗ ନିଜ ହାତରେ ରଖିଥିଲେ ।

ତାମିଲନାଡୁର ମଦୁରାଇରେ ଜନ୍ମ ନେଇଥିବା ନିର୍ମଳା ସୀତାରମଣ ନିଜ ସ୍କୁଲ ଶିକ୍ଷା ତିରୁଚିରପଲ୍ଲୀରେ ସମାପ୍ତ କିରଥିଲେ । ଏହାପରେ ସେ ସୀତାଲକ୍ଷ୍ମୀ କଲେଜରେ ଇକୋନୋମିକ୍ସରେ ବିଏ ପଢିଥିଲେ । ପରେ ସେ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ମାଷ୍ଟର ଡିଗ୍ରୀ କରିଥିଲେ  ।