ବ୍ୟବଚ୍ଛେଦ ପାଇଁ ପଠାଗଲା ୪ ନିର୍ଭୟା ଦୋଷୀଙ୍କ ମୃତଦେହ

ନୂଆଦିଲ୍ଲୀ: ଦୀର୍ଘ ଦିନ ପ୍ରତୀକ୍ଷାର ଘଟିଛି ଅନ୍ତ । ଶେଷରେ ନିର୍ଭୟାକୁ ମିଳିଛି ନ୍ୟାୟ । ଦୀର୍ଘ ସାତ ବର୍ଷ ପରେ ନିର୍ଭୟା ମାମଲାର ୪ ଦୋଷୀଙ୍କୁ ଫାଶୀ ଖୁଂଟରେ ଝୁଲାଯାଇଛି । ଶୁକ୍ରବାର ଭୋର ୫.୩୦ରେ ତିହାର ଜେଲରେ ଫାଶୀ ଖୁଂଟରେ ଝୁଲିଛନ୍ତି ୪ ନିର୍ଭୟା ଦୋଷୀ । ଏପଟେ ନିର୍ଭୟା ଚାରି ଦୋଷୀଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଦୀନଦୟାଲ ଉପାଧ୍ୟାୟ ଡାକ୍ତରଖାନାକୁ ପଠାଯାଇଛି ।

ସେଠାରେ ଡ. ବି.ଏନ୍ ମିଶ୍ରଙ୍କ ନେତୃତ୍ୱରେ ପାଂଚ ଜଣିଆ ଡାକ୍ତର ଟିମ୍ ମୃତଦେହକୁ ବ୍ୟବଚ୍ଛେଦ କରିବେ । ଏଥିସହ ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟାର ଏକ ଭିଡିଓ ରେକର୍ଡିଂ ମଧ୍ୟ କରାଯିବ ।