ନୂଆଦିଲ୍ଲୀ: ନିର୍ଭୟା ମାମଲାର ଫାଶୀ ତାରିଖ ପାଖେଇ ଆସିଥିଲେ ବି ସେହିଦିନ ସେମାନେ ଫାଶୀଖୁଂଟରେ ଝୁଲେବି ନାହିଁ ବୋଲି ସମ୍ଭାବନା ରହିଛି । କାରଣ ଆଜି ଏହି ମାମଲାର ଅନ୍ୟତମ ଦୋଷୀ ପୱନ କୁମାର ଗୁପ୍ତା ନିଜର କ୍ୟୁରେଟିଭ୍ ପିଟିସନ୍ ସୁପ୍ରିମକୋଟରେ ଆଗତ କରିଥିବା ଜଣାପଡିଛି । ଏହାସହ ଜାରି ହୋଇଥିବା ମୃତ୍ୟୁ ପରୱାନା ଉପରେ ରିହାତିଦେଶ ଜାରି କରିବା ଲାଗି ଆବେଦନ କରିଛି ।
ଆସନ୍ତା ମାର୍ଚ୍ଚ ୩ ତାରିଖ ସକାଳ ୬ଟାରେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଅପରାଧରେ ସଂପୃକ୍ତ ୪ ଅପରାଧୀଙ୍କୁ ଫାଶୀଖୁଂଟରେ ଝୁଲାଇବା ପାଇଁ ‘ମୃତ୍ୟୁ ପରୱାନା’ ଜାରି ହୋଇ ସାରିଥିବା ବେଳେ ଅନ୍ୟତମ ଦୋଷୀ ପୱନ କୁମାର ଗୁପ୍ତା ଆଜି ନିଜର କ୍ୟୁରେଟିଭ୍ ପିଟିସନ୍ ସୁପ୍ରିମ୍ କୋର୍ଟରେ ଆଗତ କରବା ପରେ ପୁଣି ଥରେ ‘ମୃତ୍ୟୁ ପରୱାନା’ର କାର୍ଯ୍ୟକାରୀତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ପୱନ କୁମାର ଗୁପ୍ତା ଆଜି ସୁପ୍ରିମ୍ କୋର୍ଟରେ ଆଗତ କରିଥିବା ନିଜର କ୍ୟୁରେଟିଭ୍ ପିଟିସନ୍ରେ ତା’ର ମୃତ୍ୟୁଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିବର୍ତନ କରିବାକୁ ଅନୁରୋଧ କରିଛି।