ନିର୍ଭୟା ମାମଲା: ରାଷ୍ଟ୍ରପତିଙ୍କୁ ଦୋଷୀ ମୁକେଶଙ୍କର ରାଜକ୍ଷମା ଆବେଦନ; ଯାଚିକା ଖାରଜ ପାଇଁ ରାଷ୍ଟ୍ରପତିଙ୍କୁ ଗୃହ ମନ୍ତ୍ରାଳୟର ସୁପାରିଶ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ୪ ଦୋଷୀଙ୍କ ମଧ୍ୟରୁ ମୁକେଶ ରାଷ୍ଟ୍ରପତିଙ୍କୁ ରାଜକ୍ଷମାର ଆବେଦନ କରିଛନ୍ତି । ତେବେ ମୁକେଶର ଏହି ରାଜକ୍ଷମା ଯାଚିକା ଗୃହ ମନ୍ତ୍ରାଳୟ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଛନ୍ତି । ତେବେ ଉକ୍ତ ଯାଚିକାକୁ ଖାରଜ କରିବା ପାଇଁ ଗୃହ ମନ୍ତ୍ରାଳୟ ରାଷ୍ଟ୍ରପତିଙ୍କୁ ସୁପାରିଶ ମଧ୍ୟ କରିଛନ୍ତି ।

ଏହା ପୂର୍ବରୁ ଉପରାଜ୍ୟପାଳ ଦୟା ଯାଚିକା କାରଜ କରିବାକୁ ସୁପାରିଶ କରି ଗୃହ ମନ୍ତ୍ରାଳୟକୁ ଯାଚିକା ପଠାଇଥିଲେ। ଗୃହ ମନ୍ତ୍ରାଳୟର ଜଣେ ଅଧିକାରୀଙ୍କ ଅନୁଯାୟୀ, ଉପରାଜ୍ୟପାଳ ଯାଚିକା ଖାରଜ କରିବାକୁ ଗୃହ ମନ୍ତ୍ରାଳୟ ନିକଟରେ ସୁପାରିଶ କରିଥିଲେ।

ସୂଚନାଯୋଗ୍ୟ, ନିର୍ଭୟା ମାମଲାର ଅଭିଯୁକ୍ତ ମୁକେଶ ଫାଶୀଦଣ୍ଡ କ୍ଷମା କରିବାକୁ ରାଷ୍ଟ୍ରପତିଙ୍କ ନିକଟରେ ଦୟା ଯାଚିକା ଆବେଦନ କରିଛି। ମୁକେଶର ଯାଚିକା ଜେଲ ପ୍ରଶାସନ ଦିଲ୍ଲୀ ସରକାରଙ୍କ ନିକଟକୁ ପଠାଇଥିଲେ। ଏହି ଯାଚିକା ଦିଲ୍ଲୀ ସରକାର ଖାରଜ କରିବା ପରେ ଉପରାଜ୍ୟପାଳଙ୍କ ନିକଟକୁ ପଠାଇଥିଲେ। ଏହାପରେ ଉପରାଜ୍ୟପାଳ ଖାରଜ କରି ଗୃହମନ୍ତ୍ରାଳୟକୁ ପଠାଇଥିଲେ। ଗତକାଲି ବିଳମ୍ବିତ ରାତ୍ରୀରେ ଗୃହ ମନ୍ତ୍ରାଳୟ ଦୟା ଯାଚିକା ଖାରଜ କରି ରାଷ୍ଟ୍ରପତିଙ୍କ ନିକଟକୁ ଆଜି ପଠାଇଛି। ଯଦି ରାଷ୍ଟ୍ରପତି ଦୟା ଯାଚିକା ଖାରଜ କରନ୍ତି ତେବେ ଅଭିଯୁକ୍ତଙ୍କୁ ଫାଶୀଦଣ୍ଡ ସୁନିଶ୍ଚିତ।