ନିର୍ଭୟା ଗଣଦୁଷ୍କର୍ମ ମାମଲାର ପୁନର୍ବିଚାର: ଅଭିଯୁକ୍ତ ଅକ୍ଷୟଙ୍କ ଯାଚିକା ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅଭିଯୁକ୍ତ ଅକ୍ଷୟ ସିଂ ରିଭ୍ୟ ପିଟିସନକୁ ନେଇ ସୁପ୍ରିମକୋର୍ଟ ଆଜି ନିଜର ରାୟ ପ୍ରକାଶ କରିଛନ୍ତି । ସୁପ୍ରିମକୋର୍ଟ ନିଜ ରାୟରେ କହିଛନ୍ତି ଯେ, ଏହି ମାମଲାର ଓକିଲଙ୍କୁ ନିଜର ମତ ରଖିବା ପାଇଁ ସମସ୍ତ ସୁଯୋଗ ଦିଆଗଲା । ଏହାସତ୍ୱେ ସେ କିଛି ନୂଆ ତଥ୍ୟ ଦେଇପାରିନାହାଁନ୍ତି । ଏଥିପାଇଁ ଯାଚିକାକୁ ଖାରଜ କରାଯାଉଛି ।

ଉଲ୍ଲେଖଯୋଗ୍ୟ, ବର୍ତମାନ ସୁଦ୍ଧା ନିର୍ଭୟା ମାମଲାରେ ଦୋଷୀ ବିନୟର ଦୟା ଯାଚିକା ଉପରେ ରାଷ୍ଟ୍ରପତିଙ୍କ ନିଷ୍ପତି ଆସିନି । ବିନା ଦୟା ଯାଚିକାରେ ଫାଶୀ ହୋଇ ପାରିବନି । ଅକ୍ଷୟ ମଧ୍ୟ ଦୟା ଯାଚିକା ଦାଖଲ କରିପାରେ ।

ସୁପ୍ରିମକୋର୍ଟଙ୍କ ନିଷ୍ପତି ଉପରେ ନିର୍ଭୟାର ମାଆ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ ସେ ସର୍ବୋଚ୍ଚ କୋର୍ଟଙ୍କ ନିଷ୍ପତି କୁ ସ୍ୱାଗତ କରୁଛନ୍ତି । କହିରଖୁଛୁ ଯେ ୨୦୧୨ ମସିହା ଡିସେମ୍ୱର ୧୬ ତାରିଖରେ ଦିଲ୍ଲୀରେ ନିର୍ଭୟା ସହ ଗଣ ବଳାତ୍କାର ହୋଇଥିଲା, ଏବଂ ଚିକିତ୍ସାଧିନ ଅବସ୍ଥାରେ ଡିସେମ୍ୱର ୨୯ ତାରିଖରେ ମୃତ୍ୟୁ ହୋଇଥିଲା ।

ଏହା ପୂର୍ବରୁ ଜଷ୍ଟିସ ଭାନୁମତି, ଜଷ୍ଟିସ ଅଶୋକ ଭୂଷଣ ଏବଂ ଜଷ୍ଟିସ ଏଏସ ବୋପନ୍ନାଙ୍କ ଖଣ୍ଡପୀଠ ଉଭୟ ପକ୍ଷର ଦଲିଲ ଶୁଣିବା ପରେ ଅପରାହ୍ଣ ୧ଟା ପର‌୍ୟ୍ୟନ୍ତ ରାୟ ସଂରକ୍ଷିତ ରଖିଥିଲେ । ଯୁକ୍ତି ସମୟରେ ଦୋଷୀ ଅକ୍ଷୟର ଓକିଲ ଏପି ସିଂହ ନିଜର ମହକିଲକୁ ଫାଶୀ ନଦେବା ପାଇଁ ଦାବି କରିଥିଲେ । ସରକାରଙ୍କ ତରଫରୁ ବରିଷ୍ଠ ଓକିଲ ତଛା ଏସଜି ତୁଷାର ମେହତା କହିଥିଲେ ଟ୍ରାୟଲ କୋର୍ଟ ସବୁ ଦଲିଲ ଏବଂ ପ୍ରମାଣର ଯାଞ୍ଚ ପରେ ପାଶୀ ଦଣ୍ଡ ଶୁଣାଇଥିଲେ, ଯାହାକୁ ସୁପ୍ରିମକୋର୍ଟ ମଧ୍ୟ ଠିକ ଦର୍ଶାଇଥିଲେ । ଏହି ଅପରାଧ ଏପରି ଏକ ଗମ୍ଭୀର ଯାହାକୁ ଭଗବାନ ମଧ୍ୟ କ୍ଷମା କରିବେ ପାରିବେନି, ଯେଉଁଥିରେ କେବଳ ଫାଶୀ ଦଣ୍ଡ ମିଳିବା ଦରକାର ।