ନିର୍ଭୟା ମାମଲା: ଦୋଷୀଙ୍କୁ ୭ଦିନର ସମୟ ଦେଲେ କୋର୍ଟ

ନୂଆଦିଲ୍ଲୀ: ନିର୍ଭୟା ମାମଲାରେ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କ ଯାଚିକାକୁ ଖାରଜ କରିଦେଇଛନ୍ତି । ଏହାସହ ଦୋଷୀଙ୍କୁ ଅଲଗା ଅଲଗା ଫାଶୀ ଦିଆଯିବ ନାହିଁ ବୋଲି କହିଛନ୍ତି । ଏହାସହ ଦୋଷୀଙ୍କୁ ୭ ଦିନର ସମୟ ଦିଆଯାଇଛି । ଏହି ୭ ଦିନ ମଧ୍ୟରେ ଯେତେ ଯାଚିକା ଆବେଦନ କରିବାର ଅଛି କରିପାରିବେ ବୋଲି କହିଛନ୍ତି ଦିଲ୍ଲୀ ହାଇକୋର୍ଟ ।

ପ୍ରକାଶଥାଉକି, ବିଚାରପତି ସୁରେଶ କୁମାର କୈତ ମଙ୍ଗଳବାର ନିର୍ଭୟାଙ୍କ ମାତା-ପିତାଙ୍କୁ ଶୀଘ୍ର ଶୁଣାଣି କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଏହାସହ କେନ୍ଦ୍ରର ଯାଚିକା ଉପରେ ମଧ୍ୟ ଶୁଣାଣି କରାଯିବା ନେଇ କହିଥିଲେ । ଏହା ପୂର୍ବରୁ ଦୋଷୀଙ୍କୁ ଫେବୃଆରୀ ୧ରେ ଫାଶୀ ଦେବାକୁ ଥିବା ବେଳେ ଜାନୁଆରୀ ୩୧ରେ ଏହି ନିଷ୍ପତି ରେ ରୋକ ଲଗାଇଥିଲେ । କେନ୍ଦ୍ର ସରକାର ହାଇକୋର୍ଟର ଏହି ରାୟକୁ ଚ୍ୟାଲେଞ୍ଜ କରିଥିଲେ ।