ନିଲାମ ହେଲା ନିରବ ମୋଦୀଙ୍କ ୬୮ ପେଣ୍ଟିଙ୍ଗ୍

ନୂଆଦିଲ୍ଲୀ:  ଆୟକର ବିଭାଗ ତରଫରୁ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ୍ ଘୋଟାଲାର ଅଭିଯୁକ୍ତ ପଳାତକ ହୀରା ବ୍ୟବସାୟୀ ନିରବ୍ ମୋଦି ରଖିଥିବା ପେଣ୍ଟିଙ୍ଗ୍ କୁ ମଙ୍ଗଳବାର ନିଲାମ କରାଯାଇଛି । ଏହି ନିଲାମିରେ ବିଭାଗକୁ ୫୯.୩୭ କୋଟି ଟଙ୍କା ମିଳିଛି । ରିପୋର୍ଟ ମୁତାବକ ଆୟକର ବିଭାଗ ନିରବଙ୍କ ମୋଟ ୬୮ ପେଣ୍ଟିଙ୍ଗ୍ କୁ ନିଲାମ କରିଛନ୍ତି । ପିଏନବି ୧୩ ହଜାର କୋଟି ଟଙ୍କାରୁ ଅଧିକ ଘୋଟାଲାରେ ଅଭିଯୁକ୍ତ ନିରବ ଉପରେ ଇନକମ୍ ଟ୍ୟାକ୍ସ ବିଭାଗର ୯୭ କୋଟି ଟଙ୍କା ରହିଛି । ତେବେ ଏହି ପଳାତକ ହୀରା ବ୍ୟବସାୟୀ ଲଣ୍ଡନର ଏକ ଜେଲ୍ ରେ ରହିଛି । ରିପୋର୍ଟ ମୁତାବକ ଆୟକର ବିଭାଗ ଏକ ପ୍ରାଇଭେଟ୍ କମ୍ପାନୀରୁ ଏଥିପାଇଁ ସାହାଯ୍ୟ ନେଇଥିଲେ । କମ୍ପାନୀର ଟଙ୍କା କାଟିବାରୁ ବିଭାଗ ପାଖରେ ମୋଟ ୫୪.୮୪ କୋଟି ଟଙ୍କା ଆସିବ । ତେବେ ଏହି ପେଟିଙ୍ଗ୍ ଭିତରେ ରାଜା ରବି ବର୍ମା,ଜଗନ୍ ଚୌଧୁରୀ,ବିଏସ୍ ଗାୟତୋଣ୍ଡେ,ଏଫଏନ୍ ସୁଜା ଏବଂ ଅକବର୍ ପାଦମେସେ ଭଳି ନାମୀ କଳାକାରଙ୍କ ପେଣ୍ଟିଙ୍ଗ୍ ମଧ୍ୟ ସାମିଲ୍ ରହିଛି । ବିଏସ୍ ଗାୟତୋଣ୍ଡେଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏକ ପେଣ୍ଟିଙ୍ଗ୍ ୨୫.୨୪ କୋଟି ଟଙ୍କାରେ ବିକ୍ରି ହୋଇଛି । ୨୦୧୫ ରେ ଏହା ୨୯.୩ କୋଟି ଟଙ୍କାରେ ବିକ୍ରି ହୋଇଥିଲା ।