ଦୁଇଟି ଯାକ ଆସନରୁ ହାରିଗଲେ ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର: ସକାଳୁ ଯାହା ଆଶଙ୍କା କରାଯାଉଥିଲା ଶେଷରେ ସେୟା ହେଲା। ପିସିସି ସଭାପତି ଦୁଇଟି ଯାକ ବିଧାନସଭା ଆସନରେ ହାରି ଯାଇଛନ୍ତି। ସେ କେନ୍ଦୁଝରର ଘସିପୁର ଓ ଭଦ୍ରକର ଭଣ୍ଡାରିପୋଖରୀ ଆସନରୁ ପ୍ରାର୍ଥୀ ହୋଇଥିଲେ।

ଘସିପୁରାରୁ ସେ ବିଜେଡି ପ୍ରାର୍ଥୀ ବଦ୍ରି ନାରାୟଣ ପାତ୍ରଙ୍କ ନିକଟରୁ ହାରି ଯାଇଛନ୍ତି। ସେହିପରି ଭଣ୍ଡାରିପୋଖରୀରେ ସେ ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଲ ସାମଲଙ୍କ ନିକଟରୁ ହାରି ଯାଇଛନ୍ତି। ନିରଞ୍ଜନ ଗୋଟିଏ ସ୍ଥାନରୁ ୩୨,୪୭୭ ହଜାର ଭୋଟ୍‌ରେ ହାରି ଥିବା ବେଳେ ଅନ୍ୟ ଏକ ସ୍ଥାନରେ ୮,୧୪୩ ଭୋଟ୍‌ରେ ହାରିଛନ୍ତି।