ନବମ ଶ୍ରେଣୀ ପୁଅ ମିସଙ୍କୁ ଲେଖିଲା ପ୍ରେମ ଚିଠି,ସ୍କୁଲରୁ ତଡିଦେଲେ ପ୍ରଧାନ ଶିକ୍ଷକ, ଶିକ୍ଷାମନ୍ତ୍ରୀଙ୍କୁ ଚିଠିଲେଖିଲେ ପୁଅର ବାପା

ହୋସିଆରପୁର : ନବମ ଶ୍ରେଣୀ ଛାତ୍ର ସ୍କୁଲରେ ପାଠ ପଢାଉଥିବା ଜଣେ ଶିକ୍ଷୟତ୍ରୀଙ୍କୁ ପ୍ରେମ ଚିଠି ଲେଖି ସ୍କୁଲରୁ ବିଦା ହେବା ଓ ଛାତ୍ରଙ୍କ ବାପା ଏହାର ପ୍ରତିବାଦ କରି ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି । ଘଟଣା ଘଟିଛି ପଞ୍ଜାବର ହୋସିଆରପୁର ୍ଞ୍ଚଳର ଏକ ସ୍କୁଲରେ ।
ସୂଚନା ମୁତାବକ, ସ୍କୁଲରେ ପାଠ ପଢ଼ିବା ପରେ ଛାତ୍ରଙ୍କ ମନ ଶିକ୍ଷୟିତ୍ରୀଙ୍କ ଉପରେ ଆସିଥିଲା । ନିଜ ମନ କଥା ଜଣାଇବା ପାଇଁ ସେ ସାଙ୍ଗର ଉପଦେଶ ଦେଇ ଶିକ୍ଷୟିତ୍ରୀଙ୍କୁ ପ୍ରେମ ପତ୍ର ଲେଖିଥିଲେ । ଦେବାକୁ ଡ଼ର ଲାଗିବାରୁ ଟେବୁଲ ଉପରେ ଚିଠି ରଖି ଚାଲି ଯାଇଥିଲେ ଛାତ୍ର । ଶିକ୍ଷୟିତ୍ରୀଜଣଙ୍କ ଚିଠି ପାଇବା ପରେ ସେଥିରେ ଲେଖାଥିବା କଥା ଦେଖି ରାଗିବା ସହ ଲେଖିବା ଶୈଳୀରୁ ସେ ଚିଠିି ଦେଇଥିବା ଛାତ୍ରକୁ ଜାଣି ପାରିଥିଲେ । ପରେ ଏ ନେଇ ପ୍ରଧାନ ଶିକ୍ଷକଙ୍କ କାନକୁ କଥା ଯିବା ପରେ ସେ ପୁଲିସରେ ଅଭିଯୋଗ କରିଥିଲେ । ପୁଲିସ ତଦନ୍ତ କରିବାକୁ ଯାଇ ଛାତ୍ରର ମାତା-ପିତାଙ୍କୁ ଡ଼କାଇ ପଚରାଉଚରା କରିଥିଲା । ସବୁ ଜାଣିବା ପରେ ଛାତ୍ରର ବାପା ଶିକ୍ଷୟିତ୍ରୀଙ୍କୁ କ୍ଷମା ମାଗିବା ପାଇଁ କହିଥିଲେ ।

କ୍ଷମା ମାଗିବା ପରେ ପ୍ରଧାନ ଶିକ୍ଷକ ଚିଠିରେ ଲେଖାଥିବା କଥା ପାଇଁ ଛାତ୍ରକୁ ସ୍କୁଲରୁ ବାହାର କରି ଦେଇଥିଲେ । ଯାହାର ପ୍ରତିଶୋଧ ନେବା ପାଇଁ ଛାତ୍ରର ବାପା ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖି ପ୍ରଧାନ ଶିକ୍ଷକ ଏବଂ ପୀଡ଼ିତା ଶିକ୍ଷୟତ୍ରୀଙ୍କୁ ବଦଳି କରିବା ପାଇଁ ଅନୁରୋଧ କରିଥିଲେ । ସ୍କୁଲର ପ୍ରଧାନ ଶିକ୍ଷକ ଏବଂ ଜଣେ ଶିକ୍ଷୟତ୍ରୀ ମୋ ପୁଅକୁ ବିନା କାରଣରେ ସ୍କୁଲରୁ ବାହାର କରିଛନ୍ତି । ଦୁଇ ଜଣ ଭଲ ଭାବରେ ନ ପଢ଼ାଇବା ସହ ମୋ ପୁଅକୁ ଘୃଣା କରୁଥିବାରୁ ଏପରି କରିଛନ୍ତି ବୋଲି ଲେଖି ଛାତ୍ରର ବାପା ଶିକ୍ଷାମନ୍ତ୍ରୀଙ୍କୁ ଚିଠି ପଠାଇଛନ୍ତି । ପୁଅକୁ ବୁଝାଇବା ପରିବର୍ତ୍ତେ ଏପରି କରିବା ଘଟଣା ସମସ୍ତଙ୍କୁ ଆଶ୍ଚର‌୍ୟ୍ୟ କରିଛି ।