ପ୍ରେମରେ ପଡିଥିଲା ନବମ ଶ୍ରେଣୀ ଝିଅଟା,ଫୋନ କରି ଡାକିନେଇ ସାଙ୍କ ସହ ଦୁଷ୍କର୍ମ କଲା ଧୋକାବାଜ ପ୍ରେମିକ

ବ୍ରହ୍ମପୁର : ପିଲାବେଳୁ ବାପା ମାଙ୍କୁ ହରାଇଥିଲା । ପିଉସୀ ଘରେ ରହି ପାଠ ପଢୁଥିଲା । ସେଠି ନିଯ୍ୟାତନା ସହିବି ଗାଁ ସ୍କୁଲରେ ପାଠ ପଢୁଥିଲା । ଜୀବନରେ ପ୍ରେମ ଆଉ ଧୋକା ଜାଣିବା ଆଗରୁ ପ୍ରେମରେ ଫସିଯାିଥିଲା । ନୂଆ ନୂଆ ପ୍ରେମରେ ପଡିଥିଲା ନବମ ଶ୍ରେଣୀ ଝିଅଟା । ହେଲେ ଧୋକା ଦେଲା ପ୍ରେମିକ । ଧୋକାବାଜ ପ୍ରେମିକରେ ଫୋନକଲ ପାଇ ଖୁସି ହୋଇ ପ୍ରେମିକକୁ ଦେଖା କରିବାକୁ ଦୈଡି ଯଆଇଥିଲା । ହେଲେ ଜାଣି ନଥିଲା ପ୍ରେମିକ ମନରେ ତା ପାଇଁ ପ୍ରେମ ନୁହେଁ କାମନା ଅଛି ବୋଲି । ଧୋକାବାଜ ପ୍ରେମିକର ଚାଲ ବୁଝିନପାରି ଦେଖା କରିବାକୁ ଯାଇଥିବା ନବମ ଶ୍ରେଣୀର ପ୍ରେମିକାକୁ ନିଜ ସାଙ୍ଗ ସହ ମିଶି ଦୁଷ୍କର୍ମ କଲା ସଇତାନ ପ୍ରେମିକ । ଏମିତି ଲଜ୍ଜା ଜନକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାରେ ।

ସ୍କୁଲରେ ପାଠ ପଢ଼ିବା ସମୟରେ ନାବାଳିକା ବୁଗୁଡ଼ା ଅଞ୍ଚଳର ରାଜା ପାଣିଗ୍ରାହୀ ନାମକ ଜଣେ ଯୁବକଙ୍କୁ ମନଦେଇ ବସିଥିଲେ। ଉଭୟ ପରସ୍ପରକୁ ବହୁ ଭଲ ପାଉଥିଲେ। ୮ ଦିନ ତଳେ ନାବାଳିକାଙ୍କୁ ରାଜା ଫୋନ୍‌ କରି ଡାକିଥିଲା। ପ୍ରେମିକଙ୍କଠାରୁ ଡାକରା ପାଇ ଘରୁ ଦୌଡ଼ି ଆସିଥିଲେ ସେ। ମାତ୍ର ଜାଣିପାରିନଥିଲେ ଧୋକାବାଜ୍‌ ପ୍ରେମିକର ଚାଲ୍‌। ପରେ ରାଜା ନାବାଳିକାକୁ ବୁଗୁଡ଼ା ଟ୍ରେଜେରୀ ପାଖକୁ ଡାକିନେଇଥିଲା। ସେଠାରେ ରାଜା ଓ ତା’ ସାଙ୍ଗ ମିଶି ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପରେ ଦୁହେଁ ନାବାଳିକାକୁ ଅଟୋରେ ଆଣି ତାଙ୍କ ଘରେ ଛାଡ଼ି ଦେଇଥିଲେ।

ଲୋକ ଲଜ୍ଜା ଯୋଗୁ ନାବାଳିକା ଜଣକ ଏନେଇ ଥାନାରେ ଅଭିଯୋଗ କରିନଥିଲେ। ଆଜି ବୁଗୁଡ଼ା ମୁଖ୍ୟ ବଜାରରେ ଚାଲି ଚାଲି ଯାଉଥିବା ବେଳେ ସେ ହଠାତ୍ ଅଚେତ୍ ହୋଇ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏବେ ମଧ୍ୟ ନାବାଳିକାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଛି। ପୀଡ଼ିତାଙ୍କ ବୟାନ ଆଧାରରେ ପୁଲିସ ପ୍ରେମିକ ରାଜା ଓ ତାଙ୍କ ସାଙ୍ଗ କାଳିଆ ମହାରଣାଙ୍କୁ ଗିରଫ କରିଛି ଏବଂ ପୀଡ଼ିତାଙ୍କ ଡାକ୍ତରୀମାଇନା କରିଛି।