ବିଜେଡି ଛାଡିଲେ ସମୀର ରଞ୍ଜନ ଦାଶ

ବିଜେଡି ଛାଡିଲେ ନିମାପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶ । ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ସମୀର। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଲେ ଇସ୍ତଫାପତ୍ର ।

ବିଜେଡିର ଜଣେ ଟାଣୁଆ ନେତା ଭାବେ ବେଶ୍ ଜଣାଶୁଣା ଥିଲେ ସମୀର ରଞ୍ଜନ ଦାଶ । ସେ ଏଥର ନିମାପଡାରୁ ଟିକେଟ୍ ଆଶାୟୀ ଥିଲେ। ମାତ୍ର ଏଥର ତାଙ୍କର ଟିକେଟ୍ କାଟିଥିଲା ବିଜେଡି । ଯାହାକୁ ନେଇ ସେ ଅସନ୍ତୁଷ୍ଟ ଥିଲେ।