ମୁକ୍ତା ଯୋଜନା କାର୍ଯ୍ୟକାରୀତାରେ ଅନିୟମିତା ପାଇଁ ନିମାପଡା ଏନ୍‍ଏସିରେ କାର୍ଯ୍ୟନିର୍ବାହୀ ଅଧିକାରୀ ନିଲମ୍ବିତ ଓ ସହକାରୀ ଯନ୍ତ୍ରୀ ସ୍ଥାନାନ୍ତରିତ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଅନ୍ୟତମ ଫ୍ଲାଗସିପ୍‍ ଯୋଜନା ‘ମୁକ୍ତା’ କୁ କାର୍ଯ୍ୟକାରୀତାରେ ଅନିୟମିତତା ପ୍ରଦର୍ଶନ କରିବାରୁ ପୁରୀ ଜିଲ୍ଲା ନିମାପଡା ଏନ୍‍ଏସିର କାର୍ଯ୍ୟର୍ନିବାହୀ ଅଧିକାରୀ ଶଶିଭୂଷଣ ମିଶ୍ରଙ୍କୁ ରାଜ୍ୟ ସରକାର ଆଜି ନିଲମ୍ବିତ କରିଛନ୍ତି । ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତୀୟ ବିଜ୍ଞପ୍ତି ଜାରି ହୋଇଛି । ସମ୍ପୃକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ସରକାରୀ ଆଦେଶର ଅବମାନନା, କର୍ତ୍ତବ୍ୟରେ ଅବହେଳା ପାଇଁ ରାଜ୍ୟ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଥିବା ଦର୍ଶାଯାଇଛି । ନିଲମ୍ବନ ଅବଧି ମଧ୍ୟରେ ତାଙ୍କୁ ପୁରୀ ଡିଆରଡିଏ କାର୍ଯ୍ୟାଳୟରେ ଅବସ୍ଥାପିତ କରାଯାଇଛି ଏବଂ ଅଧିକାରୀଙ୍କ ବିନାନୁମତିରେ ତାଙ୍କୁ ମୁଖ୍ୟାଳୟ ଛାଡି ନଯିବାକୁ କୁହାଯାଇଛି ।
ସେହିଭଳି ବିଭାଗ ପକ୍ଷରୁ ଏହି ଏନ୍‍ଏସିର ସହକାରୀ ଯନ୍ତ୍ରୀ ସୁଧାକର ଦାସଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଶ୍ରୀ ଦାସଙ୍କ ତତ୍କାଳ ଗଞ୍ଜାମ ଜିଲ୍ଲା କୋଦଳା ଏନଏସିକୁ ବଦଳି କରାଯାଇଛି । ତାଙ୍କ ସ୍ଥାନରେ କୋଦଳା ଏନ୍‍ଏସିର କୋଦଳା ଏନଏସିର ସହକାରୀଯନ୍ତ୍ରୀ ଯତୀନ୍ଦ୍ର ମୋହନ ବେହେରାଙ୍କୁ ଅବସ୍ଥାପିତ କରାଯାଇଛି । ଉଲ୍ଲେଖ କରାଯାଇପାରେ ଯେ ପୌରସଂସ୍ଥାଗୁଡିକରେ କୌଣସି ଅନିୟମିତତାକୁ ବରଦାସ୍ତ କରାଯିବନାହିଁ ବୋଲି ଗୃହ ଓ ନଗର ଉନ୍ନୟନ ବିଭାଗ ସ୍ପଷ୍ଟ କରିବା ସହିତ ଏହା ଉପରେ ସତର୍କ ଦୃଷ୍ଟି ରଖିଛି ।

Nimapada NAC Executive Officer suspended for committing irregularities in implementation of MUKTA