ନିମାପଡା ବ୍ଲକରେ ତହସିଲଦାର ଓ ବିଡିଓଙ୍କୁ ତାଲା

କୋଣାର୍କ :ଅଭିଯୋଗ ଶୁଣାଣି ହଲରେ ତହସିଲଦାର, ବିଡିଓଙ୍କୁ ତାଲା। ଜନ ଶୁଣାଣୀ ପାଇଁ ନିମାପଡା ବ୍ଲକର ଅଭିଯୋଗକାରୀମାନେ ସକାଳୁ ବହୁ ସଂଖ୍ୟାରେ ଆସି ପହଁଚିଥିଲେ। କିନ୍ତୁ ଜିଲ୍ଲାପାଳ ନଆସିବାରୁ ଜନ ଶୁଣାଣୀ ହୋଇପାରି ନଥିଲା। ଯାହା ଫଳରେ ଲୋକମାନେ ଉତ୍ତ୍ୟକ୍ତ ହୋଇ ଅଭିଯୋଗ ଶୁଣାଣୀ ହଲରେ ତହସିଲଦାର ଓ ବିଡିଓଙ୍କୁ ତାଲା ପକାଇଥିଲେ। 

କୋଣାର୍କ ନିମାପଡା ବ୍ଲକରେ ଆଜି ଜନଶୁଣାଣୀ କାର୍ଯ୍ୟକ୍ରମ ଥିଲା। ଏଥିପାଇଁ ସକାଳୁ ସକାଳୁ ଶତାଧିକ ଅଭିଯୋଗକାରୀମାନେ ପହଁଚିଥିଲେ କିନ୍ତୁ ଜିଲ୍ଲାପାଳଙ୍କର ଦେଖା ମିଳି ନଥିଲା। ଏହାଦ୍ଵାରା ଜନଶୁଣାଣୀ ହୋଇପାରି ନଥିଲା। କାରଣ ନଜଣାଇ ଜିଲ୍ଲାପାଳ ଅନୁପସ୍ଥିତ ଥିବାରୁ ଅଭିଯୋଗକାରୀମାନେ ତାତିଥିଲେ। ଲୋକମାନେ ଉତ୍ତ୍ୟକ୍ତ ଅବସ୍ଥାରେ ନିମାପଡା ବ୍ଲକ ଆଗରେ ହୋହାଲ୍ଲା କରିଥିଲେ। ଏହାପରେ ଉଭୟ ତହସିଲଦାର ଓ ବିଡିଓଙ୍କୁ ଅଭିଯୋଗ ଶୁଣାଣୀ ହଲରେ ତାଲା ପକାଇଥିଲେ। ତେବେ ଘଟଣାସ୍ଥଳରେ ପୁଲିସ ପହଁଚି ସ୍ଥିତିକୁ ଆୟତ୍ତ କରିଛି।