ନିଖିଳ ଭାରତ ମାଲାୟାଲୀ ସଂଘ ଓଡ଼ିଶା ଶାଖା ତରଫରୁ କୋଭିଡ ଲଢ଼େଇରେ ସହଯୋଗ

ଭୁବନେଶ୍ୱର: ନିଖିଳ ଭାରତ ମାଲାୟାଲୀ ସଂଘ ଓଡ଼ିଶା ଶାଖା ତରଫରୁ କୋଭିଡ ଲଢ଼େଇେ ସହଯୋଗ ଭାବେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧ ଲକ୍ଷ ୨୫ ହଜାର ଟଙ୍କା ପ୍ରଦାନ କରାଯାଇଛି । ଆଜି ରାଜ୍ୟ ଲୋକସେବା ଭବନଠାରେ ସଂଘର ସଂପାଦକ ଶ୍ରୀ ଚନ୍ଦ୍ର ମୋହନ ନାୟାର ଅନ୍ୟ ଦୁଇ ସଦସ୍ୟଙ୍କ ସହ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ୍ ତ୍ରିପାଠୀଙ୍କୁ ଭେଟି ଏହି ରାଶିର ଡ୍ରାଫ୍ଟ ପ୍ରଦାନ କରିଥିଲେ ।

nikhila bharat malayali org donate

ଶ୍ରୀ ନାୟାର ଜଣାଇଥିଲେ ଯେ, ଉକ୍ତ ରାଶି ଓଡ଼ିଶା ଶାଖା ସଦସ୍ୟ ମାନଙ୍କର ବ୍ୟକ୍ତିଗତ ସ୍ୱେଚ୍ଛାକୃତ ଦାନ ଭାବେ ସଙ୍ଗତ କରାଯାଇଛି । ଡ୍ରାଫ୍ଟ ଗ୍ରହଣ କରି ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ସଂଘର ସଦସ୍ୟମାନଙ୍କୁ ସାଧୁବାଦ ଜଣାଇବା ସହ ନିଜ ନିଜ ସ୍ତରରେ ସାମାଜିକ ଦୂରତା, ମାସ୍କ ପରିଧାନ ଓ ସ୍ୱଚ୍ଛତା ଆଦି ନିୟମ ବିଷୟରେ ଜନ ସଚେତନତା ଜାରି ରଖିବାକୁ ଅନୁରୋଧ କରିଥିଲେ ।