ଚର୍ଚ୍ଚାରେ ପୂର୍ଣ୍ଣଛେଦ : ସରିଲା ପ୍ରିୟଙ୍କା ଚୋପ୍ରା ଏବଂ ନିକ୍ ଜନ୍ସଙ୍କ ନିର୍ବନ୍ଧ

ସବୁ ଗୁଜବ, ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡ଼ିଛି । ଦେଶୀ ଗର୍ଲଙ୍କ ହାତ ଧରିବାକୁ ପାଦେ ଆଗକୁ ବଢ଼ିଛନ୍ତି ବିଦେଶୀ ଗାୟକ । ଆଜି ମୁମ୍ବାଇରେ ପୂର୍ବତନ ବିଶ୍ବ  ସୁନ୍ଦରୀ ତଥା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ନିକ୍ ଜନ୍ସଙ୍କ ନିର୍ବନ୍ଧ ପାରମ୍ପରିକ ରୀତିନୀତିରେ ସରିଛି । ଏହି ଅବସରରେ ପ୍ରିୟଙ୍କା ଫିକା ହଳଦୀ ରଂଗର  ଭାରତୀୟ ପୋଷାକରେ ଝଟକୁଥିଲେ । ନିକ୍ ଙ୍କୁ ମଧ୍ୟ କ୍ରିମ୍ କଲରର ସେରୱାନିରେ ଦେଖିବାକୁ ମିଳିଥିଲା । ଉଭୟଙ୍କ ନିର୍ବନ୍ଧ ଫଟୋ ସୋସିଆଲ ମିଡିଆରେ  ଛାଇ ହୋଇଯାଇଛି । ଆଜି ସଂଧ୍ୟାରେ ମୁମ୍ବାଇର ଏକ ତାରକା ହୋଟେଲରେ ରିଙ୍ଗ୍ ଏକ୍ସଚେଞ୍ଜ କାର୍ଯ୍ୟକ୍ରମ ରହିଛି । ପରିବାର, ନିକଟତମ ବନ୍ଧୁଙ୍କ ଗହଣରେ  ନିକ୍ ଏବଂ ପ୍ରିୟଙ୍କା ପରସ୍ପରକୁ ମୁଦି ପିନ୍ଧାଇବେ । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି । ନିର୍ବନ୍ଧ ପାଇଁ ନିକ୍ ଙ୍କ ପରିବାର ଗୁରୁବାର ଭାରତରେ ପହଞ୍ଚିଥିଲେ ।