କଟକରେ ହୋଇଥିଲା ନିହାରୀକାଙ୍କ ହତ୍ୟା

କଟକ: ନର୍ସ ନିହାରୀକା ପାତ୍ର ହତ୍ୟା ମାମଲାରେ ବଡ଼ ଖୁଲାସା ହୋଇଛି । କଟକରେ ହିଁ  ନିହାରୀକାଙ୍କୁ ମର୍ଡର କରାଯାଇଥିବାର ପ୍ରମାଣ ପୁଲିସ୍‌ର ହସ୍ତଗତ ହୋଇଛି। କଟକରୁ ମୃତଦେହ ସ୍ଥାନାନ୍ତର ବେଳର ସିସିଟିଭି ଫୁଟେଜ୍ ମିଳିଛି। ଅଖାରେ ଭର୍ତ୍ତି କରି ମୃତଦେହ ବାଇକ୍‌ରେ ନେବାର ଦୃଶ୍ୟ କଏଦ ଅଛି। ନିହାରୀକା ମୃତ୍ୟୁ ନେଇ ପୋଲିସ ମୁଖ୍ୟାଳୟରୁ ଏହି ଚାଞ୍ଚଲ୍ୟକର ତଥ୍ୟ ହସ୍ତଗତ ହୋଇଛି।