ନର୍ସ ନିହାରିକା ହତ୍ୟା ମାମଲା:ତିନି ଦିନିଆ ରିମାଣ୍ଡରେ ଯିବ ରାଜା

ଜଗତସିଂହପୁର : ନର୍ସ ନିହାରିକା ପାତ୍ର ହତ୍ୟା ମାମଲାରେ ଅଧିକ ଖୋଳତାଡ଼ କରିବା ପାଇଁ ଅଭିଯୁକ୍ତ ରାଜାକୁ ରିମାଣ୍ଡରେ ନେବ ପୁଲିସ୍। ଏଥିପାଇଁ ଜଗତସିଂହପୁର ଏସ୍‌ଡିଜେଏମ୍‌ କୋର୍ଟ ତିନି ଦିନିଆ ରିମାଣ୍ଡ ପାଇଁ ଅନୁମତି ପ୍ରଦାନ କରିଛନ୍ତି।

ରିମାଣ୍ଡରେ ନେବା ପରେ ହତ୍ୟାକାଣ୍ଡ ଦିନ ଓ ପରେ ଫେରାର୍‌ ହୋଇଥିବା ରାଜାକୁ ପୁଲିସ ଅଧିକ ପଚରାଉଚରା କରିବ। ଗତ ଦୁଇ ଦିନ ତଳେ କୋର୍ଟରେ ହାଜର ହେବା ପରେ ରାଜାକୁ ଜେଲ୍‌ ପଠାଇ ଦିଆଯାଇଥିଲା।

ସୂଚନାଯୋଗ୍ୟ ଗତ ୮ ତାରିଖରୁ ନିଖୋଜ ଥିଲେ ନର୍ସ ନିହାରିକା ପାତ୍ର। ସିସିଟିଭି ଫୁଟେଜ୍ ଅନୁସାରେ କଟକରେ ଚାକିରି କରୁଥିବା କ୍ଲିନିକ୍‌ରୁ ପ୍ରେମିକ ରାଜା ସହ କୁଆଡ଼େ ଯାଇ ଆଉ ଫେରିନଥିଲେ। ଏହାର ୯ ଦିନ ପରେ ବିଲୁଆଖାଇ ନଦୀ ପଠାରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଏକ ବସ୍ତାରୁ ମିଳିଥିଲା ତାଙ୍କ ଗଳିତ ମୃତଦେହ।