ଫେରିଲା ନାଇଟ କର୍ଫୁ : ଓଡ଼ିଶାର ସହରାଞ୍ଚଳରେ ରାତି ୧୦ରୁ ସକାଳ ୫ଟା ନାଇଟ୍ କର୍ଫ୍ୟୁ

ସ୍ବତନ୍ତ୍ର ରିଲିଫ କମିସନରଙ୍କ ନଭେମ୍ବର ମାସ ଲାଗି ଗାଇଡଲାଇନ୍ ବା ମାର୍ଗଦର୍ଶିକା ଜାରି

ଭୁବନେଶ୍ଵର : ରାଜ୍ୟରେ କରୋନାଗ୍ରାଫ କମିବାରେ ଲାଗିଛି। ଏହା ମଧ୍ୟରେ ରବିବାର ରାଜ୍ୟ ସରକାରଙ୍କ ପକ୍ଷରୁ ନଭେମ୍ବର ମାସର ଗାଇଡଲାଇନ୍ ଜାରି କରାଯାଇଛି। ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ରିଲିଫ କମିସନର ନଭେମ୍ବର ମାସ ଲାଗି ଗାଇଡଲାଇନ୍ ବା ମାର୍ଗଦର୍ଶିକା ଜାରି କରିଛନ୍ତି। ଗାଇଡ୍‌ଲାଇନ୍‌ ଅନୁସାରେ ସରକାର ପୂର୍ବପରି କଣ୍ଟେନମେଣ୍ଟ ଜୋନ୍‌ଗୁଡ଼ିକରେ ଲକଡାଉନ୍ ବଳବତ୍ତର ରଖିଛନ୍ତି । କୋଭିଡ୍‌-୧୯ ସଂକ୍ରମଣକୁ ରୋକିବା ଲକ୍ଷ୍ୟରେ କଣ୍ଟେନମେଣ୍ଟ ଜୋନରେ ସମସ୍ତ ପ୍ରକାରର ଗତିବିଧି ଉପରେ ନିଷେଧାଦେଶକୁ ବଳବତ୍ତର ରଖିଛନ୍ତି ରାଜ୍ୟ ସରକାର। ତେବେ ଆଗକୁ ଦୀପାବଳି ଥିବା ବେଳେ ବାଣ ବିକ୍ରି ଏବଂ ବ୍ୟବହାରକୁ ନେଇ ପରେ ଗାଇଡଲାଇନ ଜାରି କରାଯିବ ବୋଲି କୁହାଯାଇଛି ।  ପୂର୍ବପରି ସହରାଞ୍ଚଳରେ ରାତ୍ରକାଳୀନ କର୍ଫ୍ୟୁ ରାତି ୧୦ଟାରୁ ସକାଳ ୫ଟା ପର‌୍ୟ୍ୟନ୍ତ ନାଇଟକର୍ଫ୍ୟୁ ଜାରି ରହିବ। ଏପରିକି ରାଜ୍ୟର କୌଣସି ଅଞ୍ଚଳରେ ସପ୍ତାହାନ୍ତ ସଟଡାଉନ୍ ରହିବ ନାହିଁ। ସମସ୍ତ ପ୍ରକାରର ଦୋକାନ ସକାଳ ୫ଟାରୁ ରାତି ୧୦ଟା ଯାଏଁ ଖୋଲା ରହିବ। ନୂତନ ଗାଇଡଲାଇନ୍ ଡିସେମ୍ଵର ୧ ତାରିଖ ଯାଏଁ ଲାଗୁ ରହିବ।

ଗାଇଡଲାଇନ୍ ଅନୁଯାୟୀ, ଅଗଷ୍ଟ ୯ରୁ ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ପର୍ବ ପର୍ବାଣୀ ପାଳନ କରାଯିବ। ଜିଲ୍ଲାପାଳ ଏବଂ ସ୍ଥାନୀୟ ପ୍ରଶାସନ ନିଜ ଅଞ୍ଚଳର ସ୍ଥିତି ଦେଖି ଏ ନେଇ ନିଷ୍ପତ୍ତି ନେବେ। ବାଣ ଫୁଟାଇବା ସଂପର୍କିତ ଗାଇଡଲାଇନ୍ ପୃଥକ ଭାବେ ଜାରି କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।