ଓଡିଶାକୁ ଫେରିଲା ନାଇଟ୍ କର୍ଫ୍ୟୁ : ମାଲାକାନଗିରିରେ ମାର୍ଚ୍ଚ ୨୩ରୁ ୩୧ ପର୍ଯ୍ୟନ୍ତ ଲାଗୁ ହେଲା ନାଇଟ୍ କର୍ଫ୍ୟୁ

ମାଲକାନଗିରି : ମାଲାକାନଗିରିକୁ ଫେରିଲା ନାଇଟ କର୍ଫ୍ୟୁ । ମାର୍ଚ୍ଚ ୨୩ ରୁ ୩୧ ତାରିଖ ଯାଏଁ ଏହି କର୍ଫ୍ୟୁ ବଳବତ୍ତର ରହିବ ବୋଲି କୁହାଯାଇଛି । ରାତି ୯ରୁ ସକାଳ ୭ଟା ଯାଏଁ କର୍ଫ୍ୟୁ ବଳବତ୍ତର ରହିବ । ମାଲକାନଗିରି ବଡ଼ଯାତ୍ରାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି । ଓଡ଼ିଶାରେ ଦିନକୁ ଦିନ ସଂକ୍ରମଣ ବଢ଼ୁଥିବାରୁ କଟକଣା ପୁଣି କଡ଼ାକଡ଼ି କରାଯାଉଛି । ସ୍ଥାନୀୟ ପ୍ରଶାସନକୁ ଏଥିପ୍ରତି ଗୁରୁତ୍ୱ ଦେବାକୁ ମଧ୍ୟ କୁହାଯାଉଛି । କରୋନାକୁ ମାତ୍‌ ଦେବାକୁ ହେଲେ କଟକଣା କଡ଼ାକଡ଼ି କରିବାକୁ ପଡ଼ିବ ବୋଲି ରାଜ୍ୟ ସରକାର ପୂର୍ବରୁ କହିଛନ୍ତି । ତେବେ ଆବଶ୍ୟକ ପଡ଼ିଲେ ଲକ୍‌ଡାଉନ୍‌ ମଧ୍ୟ ହୋଇପାରେ ବୋଲି କୁହାଯାଇଛି । ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ କହିଥିଲେ ଯେ, କରୋନା ସହ ଲଢ଼ିବାର ଅଭିଜ୍ଞତା ରହିଛି । ତେଣୁ ଆବଶ୍ୟକ ପଡ଼ିଲେ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍‌ ମଧ୍ୟ ଘୋଷଣା କରାଯାଇପାରିବ । ସ୍ଥାନୀୟ ପ୍ରଶାସନ ଏନେଇ ନିଷ୍ପତି ନେବ ।

night curfew return in odisha