ନୋଭାକ୍ ଜୋକୋଭିଚଙ୍କ କୋଚଙ୍କୁ କରୋନା

ନୂଆଦିଲ୍ଲୀ :ବିଶ୍ୱର ଏକ ନମ୍ୱର ଟେନିସ୍ ଖେଳାଳି ନୋଭାକ୍ ଜୋକୋଭିଚଙ୍କ ପରେ ତାଙ୍କ କୋଚ୍ ଗୋରାନ୍ ଇଭାନିସେବିଚଙ୍କୁ କରୋନା । ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍ ବାହାରିଛି । ଏହାପରେ ହୋମ୍ ଆଇସୋଲେସନରେ ଅଛନ୍ତି ଗୋରାନ୍ ।

ଗୋରାନ୍ କହିଛନ୍ତି, ଜୋକୋଭିଚଙ୍କ ଦ୍ୱାରା ଆୟୋଜିତ ଏକ ପ୍ରଦର୍ଶନୀ ଟୁର୍ଣ୍ଣାମେଣ୍ଟରେ ସେ ଭାଗ ନେଇଥିଲେ । ତାପରେ ସେ କୋଭିଡ୍ ଟେଷ୍ଟା କରାଇଥିଲେ । ଏବେ ରିପୋର୍ଟ ପଜିଟିଭ ବାହାରିଛି ।

ନିଜ ଇନଷ୍ଟାଗ୍ରାମରେ ଇଭାନିସେବିଚ୍ ଲେଖିଛନ୍ତି, ‘ଦୁର୍ଭାଗ୍ୟବଶତଃ . ମୋତେ ଜଣା ପଡ଼ିଲା ଯେ ମୋର କୋଭିଡ-୧୯ ଟେଷ୍ଟ ପଜିଟିଭ୍ ଆସିଛି । ଯଦିଓ ମୋ ଦେହର ଅବସ୍ଥା ଏବେ ଭଲ ଅଛି ଓ ସେମିତି କିଛି ଲକ୍ଷଣ ମୋ ପାଖରେ ନାହିଁ ‘।