୩ରେ ଓଡ଼ିଶା ଆସିବେ ଏନଆଇଏ ଡିଜି

ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ୩ରେ ଓଡ଼ିଶା ଆସୁଛନ୍ତି ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି ଡିଜି ଯୋଗେଶ ଚନ୍ଦ୍ର ମୋଦୀ । ଆତଙ୍କବାଦୀ ଆକ୍ରମଣ ମାମଲାରେ ତଦନ୍ତ ସମ୍ପର୍କରେ ପୋଲିସକୁ ପ୍ରଶିକ୍ଷଣ ଦିଆଯିବା କାର୍ଯ୍ୟକ୍ରମ ରହିଛି । 

ଦେଶରେ ବର୍ତ୍ତମାନ ସବୁଠାରୁ ବଡ଼ ସମସ୍ୟା ହେଉଛି ଆତଙ୍କବାଦୀ ଆକ୍ରମଣ । ଓଡ଼ିଶାରେ ଆତଙ୍କବାଦୀ ଆକ୍ରମଣ ପ୍ରତିହତ କରିବା ପାଇଁ ପ୍ରଶିକ୍ଷଣ ଦିଆଯିବ । ଆତଙ୍କବାଦୀଙ୍କ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ଆସନ୍ତା ଅକ୍ଟୋବର ୩ରେ ଓଡ଼ିଶା ଆସୁଛନ୍ତି ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି ଡିଜି ଯୋଗେଶ ଚନ୍ଦ୍ର ମୋଦୀ । ଆତଙ୍କୀ ଅନୁପ୍ରବେଶ କରିବା ଫଳରେ କିପରି ତାହାର ମୁକାବିଲା ଓ ତଦନ୍ତ କରାଯିବ ସେନେଇ ପୋଲିସ ଟ୍ରେନିଂ ଦିଆଯିବ । 

ଭୁବନେଶ୍ୱର ପୋଲିସ ଭବନରେ ଆତଙ୍କବାଦୀ ମାମଲାରେ କେଉଁ ଦିଗ ପ୍ରତି ଅଧିକ ଗୁରୁତ୍ୱ ଦିଆଯିବ, ତଦନ୍ତ ବେଳେ ଦଫା ଓ ଆଇନ ବ୍ୟବସ୍ଥା କଣ ରହିଛି ଏହି ସବୁ ଦିଗ ଉପରେ ପ୍ରଶିକ୍ଷଣ ଦିଆଯିବ । ରାଜ୍ୟ ପୋଲିସ ମୁଖ୍ୟାଳୟରେ ହେବାକୁ ଥିବା ଏହି ଟ୍ରେନିଂରେ ବହୁ ବରିଷ୍ଠ ଅଧିକାରୀ ସାମିଲ ହେବେ ।