ସ୍ୱେଚ୍ଛାସେବୀ ଗୁଡ୍ଡି ରାଓଙ୍କ ପକ୍ଷରୁ ବରଗଡରେ ଅସହାୟ ଗରିବଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ

ବରଗଡ଼: ଲକଡାଉନ୍ ଆରମ୍ଭ ହେବା ଦିନଠାରୁ ଅନେକ ରାଜନୈତିକ ସ୍ୱେଚ୍ଛାସେବୀ ତଥା ଅଣ ରାଜନୈତିକ ସ୍ୱେଚ୍ଛାସେବୀ ଅସହାୟ ଗରିବ ଲୋକଙ୍କ ପାଇଁ ରନ୍ଧା ଖାଦ୍ୟ ଏବଂ ରାସନ ସାମଗ୍ରୀ ବଣ୍ଟନ କରିଛନ୍ତି।ଏହି ପରିପ୍ରେକ୍ଷୀରେ ବରଗଡ଼ ରେଳ ଷ୍ଟେସନ ପାଖରେ ରହୁଥିବା ସମାଜସେବୀ ଗୁଡ୍ଡି ରାଓଙ୍କ ରନ୍ଧା ଖାଦ୍ୟ ବଣ୍ଟିବା ବିଷୟ ଜାତୀୟ ଗଣମାଧ୍ୟମ ଗୁଡ଼ିକରେ ଚର୍ଚ୍ଚା ହୋଇଥିଲା।

NGO guddi rao food supply

ଗୁଡ୍ଡି ରାଓ ପ୍ରଥମେ ଗୋଟିଏ ଆହାର କେନ୍ଦ୍ର ନିଜସ୍ଵ ଉଦ୍ୟମରେ କରି ଦଶଟଙ୍କାରେ ଭାତ ଡାଲମା ଆଚାର ପ୍ରତ୍ୟେକ ଦିନ ଦେଉଥିଲେ।ଲକଡାଉନ୍ ଘୋଷଣା ହେବା ଦିନଠାରୁ ଏହାକୁ ମାଗଣାରେ ୬୦୦ ଲୋକଙ୍କୁ ଭାତ ଡାଲମା ଦେବାର ବ୍ୟବସ୍ଥା କରିଥିଲେ।ରାଓ ସାମାଜିକ ଦୂରତା ଅବଲମ୍ବନକୁ ଗୁରୁତ୍ୱ ଦେଇ ଅସହାୟ ଗରିବ ଲୋକଙ୍କୁ ରନ୍ଧା ଖାଦ୍ୟ ଦେଉଛନ୍ତି।

NGO guddi rao food supply

ଏହି ଖବର ଓଡ଼ିଶାର ଅନେକ ଖବରକାଗଜ ସହିତ ଇଂରାଜୀ ଖବରକାଗଜରେ ପ୍ରକାଶିତ ହୋଇଥିଲା ଉକ୍ତ ଖବରକୁ ଭିତ୍ତିକରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁଡ୍ଡି ରାଓଙ୍କୁ ବିଭିନ୍ନ ସାମାଜିକ ଗଣମାଧ୍ୟମର ପ୍ରଶଂସା କରିଥିଲେ।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ  ବିଷୟ ହେଲା ଜାତୀୟ ଗଣମାଧ୍ୟମରେ ଗୁଡ୍ଡି ରାଓଙ୍କ ସେବା କାର୍ଯ୍ୟ ବିଷୟରେ ଲମ୍ବା ସମୟ ଚର୍ଚ୍ଚା ହେବାପରେ ପଞ୍ଜାବ ରାଜ୍ୟ ଲୁଧିଆନାର ଔଷଧ ବ୍ୟବସାୟୀ ରାଓଙ୍କ ନିକଟକୁ ଆର୍ଥିକ ସହାୟତାର ହାତ ବଢ଼ଇଛନ୍ତି।

କ୍ରୀଷନ୍ ଗର୍ଗ ନାମକ ଏହି ବଦାନ୍ୟ ବ୍ୟକ୍ତି ୪୯୫୦୦ ଟଙ୍କାର ଆର୍ଥିକ ରାଶି ଗୁଡ୍ଡି ରାଓଙ୍କ ପାଖକୁ ପଠାଇଛନ୍ତି।ଏହି ଖବର ଜଣା ପଡିବା ପରେ ବରଗଡ଼ର ବିଶିଷ୍ଟ ବୁଦ୍ଧିଜୀବୀ ମାନେ ଲୁଧିଆନାର କ୍ରୀଷନ୍ ଗର୍ଗଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ଆଜି ପଶ୍ଚିମ ଓଡ଼ିଶାର ବିଶିଷ୍ଟ ସମାଜସେବୀ ଡକ୍ଟର ଶଙ୍କର ରାମଚନ୍ଦାନି ଗୁଡ୍ଡି ରାଓଙ୍କ ଆହାର କେନ୍ଦ୍ରକୁ ଆସିଥିଲେ ଏବଂ ଏଠାରେ ଖାଦ୍ୟ ଗ୍ରହଣ କରୁଥିବା ଅସହାୟ ଶିଶୁ ମହିଳାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବାପରେ ରାଓଙ୍କ ସହିତ ରନ୍ଧା ଖାଦ୍ୟ ବଣ୍ଟନରେ ସହଯୋଗ କରିଥିଲେ।

NGO guddi rao food supply

ଏହାପରେ ଶଙ୍କର ରାମଚନ୍ଦାନି ଗରିବ ଅସହାୟ ଲୋକଙ୍କ ସେବା ଭଗବାନଙ୍କ ସେବା ଭାଗ୍ୟରେ ଥିଲେ ଏପରି କାର୍ଯ୍ୟ କରିବାକୁ ମିଲେ ବୋଲି କହିଛନ୍ତି।