୨୦୨୦ରେ ହେବ ପରବର୍ତ୍ତୀ ମେକ୍ ଇନ ଓଡିଶା କନକ୍ଲେଭ୍

ଭୁବନେଶ୍ଵର:୨୦୨୦ରେ ହେବ ପରବର୍ତ୍ତୀ ମେକ୍ ଇନ ଓଡିଶା କନକ୍ଲେଭ୍। ଭୁବନେଶ୍ଵରରେ ଆୟୋଜିତ ଏଣ୍ଟରପ୍ରଇଜ୍ ଓଡିଶା ୨୦୧୯ ଉଦଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ସିଆଇଆଇ ପକ୍ଷରୁ ପ୍ରଦର୍ଶନୀ ପଡିଆରେ ଆୟୋଜିତ ଏହି ପ୍ରଦର୍ଶନୀକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ଏପରି କହିଛନ୍ତି।  

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୨୦୨୦ ନଭେମ୍ଵର ୩୦ରୁ ଡିସେମ୍ଵର ୪ ଯାଏଁ ମେକ ଇନ ଓଡିଶା କନକ୍ଲେଭ୍ ଆୟୋଜିତ ହେବ। ମେକ୍ ଇନ୍ ଓଡିଶା କନକ୍ଲେଭ୍ ୨୦୧୮ରୁ ବହୁ ସଫଳତା ମିଳିଛି। ପ୍ରାୟ ୪ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ପ୍ରାସ୍ତାବ ଆସିଥିଲା। ଏହି ସବୁ ପ୍ରସ୍ତାବ ଉପରେ କାମ ଚାଲିଛି। ତେଣୁ ପରବର୍ତ୍ତୀ କନକ୍ଲେଭରେ ପୁଣି ଥରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ଆହ୍ଵାନ କରିଛନ୍ତି।