ପ୍ରଥମ ଦିନିକିଆ ମ୍ୟାଚ୍ରେ ଜିତିଲା ନ୍ୟୁଜଲ୍ୟାଣ୍ଡ, ଗପ୍ଟିଲଙ୍କ କମ୍ବ୍ୟାକ୍

ନାପିଅର: ବୁଧବାର ନାପିଅରଠାରେ ଅନୁଷ୍ଠିତ ହୋଇଥିବା ଦିନିକିଆ ମ୍ୟାଚ୍ରେ ନ୍ୟୁଜଲ୍ୟାଣ୍ଡ ବିଜୟୀ ହୋଇଛି । ନ୍ୟୁଜଲ୍ୟାଣ୍ଡ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ମାର୍ଟିନ୍ ଗପ୍ଟିଲ ତାଙ୍କ କମ୍ବ୍ୟାକ୍ ମ୍ୟାଚ୍ରେ ଜବରଦସ୍ତ ଇନିଂସ୍ ଖେଳିଛନ୍ତି । ବାଲାଂଦେଶ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ୍ରେ ଗପ୍ଟିଲଙ୍କ ଅପରାଜିତ ଶତକ ବଳରେ ନ୍ୟୁଜଲ୍ୟାଣ୍ଡ ୮ ୱିକେଟ୍ରେ ଜିତି ଯାଇଛି ।
ବାଲାଂଦେଶ ପ୍ରଥମେ ବ୍ୟାଟିଂ କରି ମାତ୍ର ୨୩୨ ରନ୍ କରିବାକୁ ସକ୍ଷମ ହୋଇଥିଲା । ଏହାର ଜବାବରେ ଗପ୍ଟିଲ ୧୧୭ ରନ୍ରେ ନ୍ୟୁଜଲ୍ୟାଣ୍ଡ ୪୪.୩ ଓଭରରେ ୨ ୱିକେଟ୍ ହରାଇ ୨୩୩ ରନ୍ କରିଥିଲା । ଗିପ୍ଟଲଙ୍କ ଏହା ଦିନିକିଆ କ୍ୟାରିୟରର ୧୫ତମ ଶତକ ରହିଥିଲା । ତାଙ୍କୁ ଏହି ଇନିଂସ୍ରେ ଓପନର କରୁଥିବା ନକୋଲାସ ୫୩ରନ୍ କରି ପୂର୍ଣ୍ଣ ସହଯୋଗ କରିଥିଲେ । ଅଧିନାୟକ କେନ୍ ୱିଲିମସନ୍ ୧୧ରନ୍ କରିଥିବାବେଳେ ରସ୍ ଟେଲର ୪୫ରନ୍ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ । ଏହାପୂର୍ବରୁ ବ୍ୟାଠିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ବାଲାଂଦେଶ ମହମ୍ମଦ ମିଥୁନଙ୍କ ୬୨ ମହମ୍ମଦ ସୈଫୁଦ୍ଦିନ୍ଙ୍କ ୪୧ ରନ୍କୁ ଆଧାର କରି ୨୩୨ ରନ୍ କରିବାକୁ ସକ୍ଷମ ହୋଇଥିଲା । ସୂଚନାଯୋଗ୍ୟ ଆହତ କାରଣରୁ ଗପ୍ଟିଲ ଭାରତ ବିପକ୍ଷ ଶେଷ ୨ଟି ଦିନିକିଆ ଓ ଟି-୨୦ ସିରିଜ୍ରୁ ବାଦ୍ ପଡିଥିଲେ ।