ବାହାଘର ୨୦ ଦିନ ପରେ ବରକୁ ଛାଡି ପ୍ରେମକ ସହ ନବବଧୂ ଫେରାର, ଥାନାରେ ଫେରାଦ ହେଲେ ଶାଶୁଘର

ହରିଦ୍ଵାର : ବାହା ଅଳତା ପାଦରୁ ଲିଭିନି । ମୁଣ୍ଡରୁ ଓଢଣା ଖସିବାର ବେଳ ବି ହୋଇନି । ହେଲେ ସ୍ୱାମୀକୁ ଛାଡି ଛୁ ମାରିଲା ନବବଧୂ । ବାହାଘରର ୨୦ ଦିନ ହୋଇନି, ନିଜ ସ୍ୱାମୀକୁ ଛାଡି ପ୍ରେମିକ ସହ ଫେରାର ହେଲା ନୂଆ ବୋହୁ । ଏମିତି ଘଟଣା ଘଟିଛି ହରିଦ୍ୱାରରେ ।
ଆୟେଶା ନାମକ ଜଣେ ଯୁବତୀ ସେହି ଗାଁର ଜଣେ ଯୁବକକୁ ପରିବାର ଲୋକଙ୍କ ନିଷ୍ପତ୍ତି ଅନୁସାରେ ବିବାହ କରିଥିଲେ । କିନ୍ତୁ ଆୟେଶା ନିଜ ପ୍ରେମିକ ନୀତିଶକୁ ବିବାହ କରିବାକୁ ଚାହୁଁଥିଲେ । ଏହି ବିବାହ କେବଳଘର ଲୋକଙ୍କ କଥା ଅନୁସାରେ ହୋଇଥିଲେ ।
ଆୟେଶା ବିବାହର ୨୦ଦିନ ପରେ ଶାଶୁଘରୁ ଲୁଚି ପଳାଇଯାଇଥିଲେ । ସେ ନୀତିଶଙ୍କ ସହ ଗାଁ ଛାଡ଼ି ଚାଲିଯାଇଥିଲେ । ଏହି ବାବଦରେ ଶାଶୁଘର ଲୋକ ଥାନାରେ ଏତାଲା ଦେଇଥିଲେ । ସେମାନଙ୍କ ବୋହୂକୁ ଫେରଇଆଣିବାକୁ ପୋଲିସ ପାଖରେ କରିଥିଲେ ନିବେଦନ । ପୋଲିସ ଏହି ଘଟଣାରେ ନୀତିଶ ଓ ଆୟେଶାକୁ ଥାନାକୁ ଡ଼ାକି ପଚରାଉଚରା କରିବା ପରେ ଛାଡ଼ି ଦେଇଥିଲା ।
ଆୟେଶା ଶାଶୁଘରକୁ ଫେରିବାକୁ ମନା କରିଦେଲା ପରେ ନିତିଶ ସହ ଛାଡ଼ିଦେଇଥିଲା । ଶାଶୁଘର ଲୋକ ଏହି ଘଟଣାରେ ଜିଦ୍ ଧରିବା ପରେ ପୋଲିସ ଉଭୟ ଝିଅ ଓ ପୁଅ ପକ୍ଷଙ୍କୁ ଡ଼ାକି ଆପୋଷ ବୁଝାବଣା କରିଛି ।