ନୂଆ ବର୍ଷକୁ ନଜର, ମେଲିଲାଣି ଦେହବେପାରର ପସରା, ମାତିଲେଣୀ ଦଲାଲ, ଆସିଲେଣି ବିଦେଶୀ ସୁନ୍ଦରୀ ଜମିବ ଆସର

ଭୁବନେଶ୍ୱର : ରାଜଧାନୀରେ ନୂଆ ବର୍ଷ ୨୦୧୯କୁ ସ୍ୱାଗତ କରିବାକୁ ପ୍ରସ୍ତୁତି ଯାର ହେଲାଣି । ଜିରୋ ନାଇଟ ସେଲିବ୍ରେସନକୁ ନଜରରେ ରଖି ବଡ ବଡ ତାରକା ହୋଟେଲ ଠୁ ଆରମ୍ଭକରି କ୍ଲବ ମାନଙ୍କରେ ବି ପ୍ରସ୍ତୁତି ଚାଲିଲାଣି । ବଜାର ବି ସରଗରମ । ଆଉ ଏହାର ଫାଇଦା ନେଇ ନୂଆ ବର୍ଷକୁ ଆଖିରେ ରଖି ଦେହ ବଜାରର ଦଲାଲ ମାନେ ବି ମାତି ଉଠିଲେଣି । ରାଜ ଧାନୀକୁ ଆସିଲେଣି ବିଦେଶୀ ସୁନ୍ଦରୀ । ଖାସ କରି ଥାଇ ଓ ବଙ୍ଗୀୟ ସୁନ୍ଦରୀଙ୍କ ଆମଦାନି ହେଲାଣଇ ବୋଲି ପୋଲିସ ସୁରାକ ପାଇଲାଣି । ସହରରେ ଧରପଗଡ ବେଶୀ ହେଉଥିବାରୁ ସହର ଉପକଣ୍ଠ ଅଞ୍ଚଳରେ ଭଡା ଘର ନେଇ ଦେହ ବେପାରର ପସରା ମେଲିଲେଣି ଦଲାଲ ।

ସେପଟେ ଦେହ ଦଲାଲଙ୍କ ସବୁ କାରସାଦି ଉପରେ ନଜର ରଖିଛି କମିଶନରେଟ୍‌ ପୋଲିସ । ରାଜଧାନୀରେ ଦେହ ବେପାର ଉପରେ ରୋକ୍‌ ଲଗାଇବାକୁ ପୋଲିସ ତିଆରି କରିଛି ବ୍ଲୁ-ପ୍ରିଣ୍ଟ୍‌ । ଭୁବନେଶ୍ବର ଉପକଣ୍ଠ ନୂଆଗାଁ, ଘଟିକିଆା, କଳିଙ୍ଗ ବିହାର, ସୁନ୍ଦରପଦା, ଧଉଳି, ସତ୍ୟ ବିହାର, ଚକେଇସିଆଣି, ରଘୁନାଥପୁର, ନନ୍ଦନକାନନ ଆଦି ଅଂଚଳରେ ଥିବା ନିକାଞ୍ଚନ ଘର ଓ ଆପାର୍ଟମେଣ୍ଟଗୁଡ଼ିକ ଉପରେ ନଜର ରଖିବ ପୋଲିସ । ସୂଚନା ମିଳିବା ମାତ୍ରେ ଚଢ଼ଉ କରିବାକୁ ସବୁ ଥାନାକୁ ଆଲର୍ଟ କରାଯାଇଛି ବୋଲି କହିଛନ୍ତି ପୋଲିସ କମିଶନର ସତ୍ୟଜିତ୍‌ ମହାନ୍ତି ।

( ଫାଇଲ ଫାଇଟ )

ଫେସବୁକରେ ହେଲା ପ୍ରେମ, ଲୁଚା ଛପାରେ ହୋଟେଲେରେ ହେଲା ବାହାଘର,ତା ପରେ କାହିଁକି ଧୋକ୍କା ଦେଲା ପ୍ରେମିକ