ପରିବା ଚାଷୀଙ୍କ ପାଇଁ ଖୋଲିଲା ସ୍ୱତନ୍ତ୍ର ୱେବସାଇଟ୍

ଭୁବନେଶ୍ୱର:ରାଜ୍ୟ କୃଷି ବିଭାଗର ବଡ ନିଷ୍ପତି, ଲକଡାଉନ ସମୟରେ ପରିବା ବିକ୍ରି ପାଇଁ ସମସ୍ୟାରେ ପଡୁଥିବା ଚାଷୀ ମାନଙ୍କ ପାଇଁ ୱେବସାଇଟ ଜାରି କଲା ବିଭାଗ। ବିକ୍ରିଯୋଗ୍ୟ ପନିପରିବାକୁ ବଜାରକୁ ଆଣିବା ପାଇଁ କୃଷି ବିଭାଗର ନୂଆ ୱେବସାଇଟ । odihortmarketing.nic.in ୱେବସାଇଟ ଉନ୍ମୋଚିତ।

ଗୋଟିଏ ପ୍ଲାଟଫର୍ମରେ ଯୋଡି ହେଲେ ୧୫୦୦ ବ୍ୟବସାୟୀ ସହ ପ୍ରତେକ ଜିଲ୍ଲାର ହର୍ଟିକଲଚର ଅଫିସର। ପ୍ରତ୍ୟେକ ଜିଲ୍ଲାର ଉତ୍ପାଦିତ ପନିପରିବାର ତଥ୍ୟ ଏବେ ରହିବ ୱେବସାଇଟ ରେ। ଚାଷୀଙ୍କ ଉତ୍ପାଦିତ ପନିପରିବାକୁ ସଠିକ ଭାବେ କିଣିବେ ବ୍ୟବସାୟୀ। ୱେବସାଇଟ ଜରିଆରେ ଉପକୃତ ହେବେ ପରିବା ଚାଷୀ । ରାଜ୍ୟର ୪ ଲକ୍ଷ ହେକ୍ଟର ୧୦ ଲକ୍ଷ ଏକରରେ ହୋଇଛି ପରିବା ଚାଷ । ଏହା ସହ ରାଜ୍ୟରେ ୮ ରୁ ୧୦ ଲକ୍ଷ ପରିବାର ପରିବା ଚାଷ କରି ନିଜ ଗୁଜୁରାଣ ମେଣ୍ଟାଉଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାର ।