ଚୀନ ନାଗରିକଙ୍କ ପାଇଁ କୋହଳ ହେଲା ଇ-ଭିସା

ନୂଆଦିଲ୍ଲୀ:ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଭାରତ ଯାତ୍ରା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଅନଔପଚାରିକ ଶିଖର ସମ୍ମିଳନୀ ମଧ୍ୟରେ ଭାରତ ତରଫରୁ ଚୀନ ନାଗରିକଙ୍କ ଭିସା ନିୟମରେ କୋହଳ କରିବାକୁ ଘୋଷଣା କରିଛି । ଏବେ ଚୀନ ନାଗରିକଙ୍କୁ ୫ ବର୍ଷର ଅବଧି ପାଇଁ ଭିସା ପ୍ରଦାନ କରାଯିବ ।

ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ଆଲୋଚନା ସମୟରେ ଏହି ପ୍ରସଙ୍ଗ ଉଠିଥିଲା । ଭାରତର ଏହି ଘୋଷଣା ପରେ ଏଣିକି ଚୀନ ନାଗରିକ ମଲ୍ଟିପଲ୍ ଏଂଟ୍ରିରେ ୫ ବର୍ଷ ଯାଏଁ ଭିସାର ସୁବିଧା ପାଇପାରିବେ । ଏହି ଘୋଷଣା ପରେ ଚୀନ ନାଗରିକ ଭାରତରେ ଦୀର୍ଘ ସମୟ ଧରି ରହିପାରିବେ । ଏହି ଭିସାର ମୂଲ୍ୟ ପ୍ରାୟ ୫୬୦୦ ଟଙ୍କା ବା ୮୦ ଡଲାର ହେବ ।

ଭାରତୀୟ ଦୂତାବାସ ତରଫରୁ ଜାରି କରାଯାଇଥିବା ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ, ଭାରତ ସରକାର ଚୀନ ନାଗରିକଙ୍କୁ ଭିସା ଦେବା ନିୟମରେ କୋହଳ କରିଛନ୍ତି । ବର୍ତମାନ ସମୟରେ ଇ-ଭିସା କମ ଅବଧି ପାଇଁ ଦିଆଯାଉଥିଲା । ନୂତନ ନିୟମ ଅନୁସାରେ ଇ-ଭିସାର ବୈଧତା ୬୦ ଦିନ ରହିବ । ଏହାସହ ମଲ୍ଟିପଲ ଏଂଟ୍ରିରେ ଚୀନ ନାଗରିକଙ୍କୁ ୫ ବର୍ଷ ଯାଏଁ ଭିସାର ସୁବିଧା ଦିଆଯାଇଛି ।