ନୂତନ ମୋଟର ଯାନ ଆଇନ: ୨୪ ଘଂଟାରେ ୧କୋଟି ୬ଲକ୍ଷ ଫାଇନ ଆଦାୟ

ଭୁବନେଶ୍ବର: ରାଜ୍ୟରେ କଡାକଡି ହୋଇଛି ନୂତନ ମୋଟର ଯାନ ଆଇନ । ଏନେଇ ଗତ ୨୪ ଘଂଟା ଭିତରେ ୩୮୭୦ ଜଣଙ୍କ ପାଖରୁ ଆଦାୟ ହୋଇଛି ମୋଟ ୧ କୋଟି ୬ ଲକ୍ଷ ଟଙ୍କା। ରବିବାରଠାରୁ ନୂଆ ମୋଟର ଯାନ ଆଇନ କଡାକଡି ହେବା ପରେ କଡାକଡି ହୋଇଛି ଯାଂଚ ପ୍ରକ୍ରିୟା ।

ଏହି କ୍ରମରେ ଗାଡିରେ ୩ ଜଣ ବସିଥିବା ଅଭିଯୋଗରେ ୧୨୬ ଜଣ ଧରା ପଡିଛନ୍ତି। ମୋବାଇଲରେ କଥା ହୋଇ ୪୮, ବିପରୀତ ଦିଗରେ ଗାଡି ଚଳାଇ ୧୦, ମଦ ପିଇ ୨୪, ବିନା ହେଲମେଟରେ ୧୮୩୧, ବିନା ସିଟ ବେଲ୍ଟରେ ୩୪୯ ଓ ଦ୍ରୁତ ଗାଡି ଚାଳନାରେ ୨୭୭ ଲୋକଙ୍କଠାରୁ ଜୋରିମାନା ଆଦାୟ ହୋଇଛି। ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

ତେବେ ୩୮୭୦ ଜଣଙ୍କ ଭିତରୁ ଆରଟିଓ ୧୭୫୮ଜଣଙ୍କ ପାଖରୁ ୮୮ ଲକ୍ଷ ଓ ପୋଲିସ ୨୧୧୨ ଜଣଙ୍କ ପାଖରୁ ୧୮ ଲକ୍ଷ ଟଙ୍କା ଆଦାୟ କରିଛି। ସେପଟେ ମଦ ପିଇ ଗାଡି ଚଳାଉଥିବା ଚାଳକଙ୍କ ବିରୋଧରେ ପୋଲିସ ସିଧା ମାମଲା ରୁଜୁ କରୁଛି।