ରାଜ୍ୟରେ ନୂଆ ଟ୍ରାଫିକ୍ ନିୟମ ୩ ମାସ କୋହଳ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ସଂଶୋଧିତ ମୋଟର ଭେଇକେଲ ଆକ୍ଟ ଓ ଜୋରିମାନା ପ୍ରସଙ୍ଗରେ ଗାଡ଼ି ଚାଳକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଓଡ଼ିଶାରେ ନୂଆ ଟ୍ରାଫିକ ନିୟମ ଲାଗୁ ହେବା ସହ ଅତ୍ୟଧିକ ଜୋରିମାନା ଚିନ୍ତା ବଢାଇଥିବା ଲୋକଙ୍କ ରୋଷକୁ ଦେଖି ୩ମାସ ଏହି ନୂଆ ଟ୍ରାଫିକ ନିୟମ କୋହଳ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।

ଦେଶରେ ସଂଶୋଧିତ ନୂଆ ମୋଟର ଯାନ ଆକ୍ଟ ଲାଗୁ ହେବା ପରେ ଓଡ଼ିଶାରେ ମଧ୍ୟ ଏହା କଡ଼ାକଡ଼ି ଭାବେ ଲାଗୁ କରାଯାଇଥିଲା । ଏଥିରେ ଗାଡ଼ିର କୈାଣସି ଜରୁରୀ କାଗଜପତ୍ର ସାଙ୍ଗକୁ ଡ୍ରାଇଭିଂ ଲାଇସେନ୍ସ ଓ ନୋ ପଲ୍ୟୁସନ ହେଲମେଟ ଆଦି ବାଧ୍ୟତାମୂଲକ ଥିଲା । ଏହା ସହ ଏହି ସବୁ କାଗଜପତ୍ର କିମ୍ବା ଟ୍ରାଫିକ ନିୟମ ଉଲଂଘନ ଉପରେ ଅତ୍ୟଧିକ ଜୋରିମାନାକୁ ନେଇ ଲୋକଙ୍କ ମନରେ ଅସେନ୍ତାଷ ମଧ୍ୟ ପ୍ରକାଶ ପାଇଥିଲା ।  ସାମାନ୍ୟ ଟ୍ରାଫିକ ନିୟମ ଉଲଂଘନ କଲେ ଅତ୍ୟଧିକ ଜୋରିମାନା ପଡ଼ୁଥିବାରୁ ଲୋକଙ୍କ କଥା ଚିନ୍ତା କରି ୩ମାସ ଯାଏଁ ଏହାକୁ କୋହଳ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ୩ମାସ ଯାଏଁ ଏହି ନୂଆ ମୋଟରଯାନ ଆଇନ କଡ଼ାକଡ଼ି ପାଳନ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ଲୋକଙ୍କ ପ୍ରତି କଠୋର ମନଭାବ ପୋଷଣ ନକରିବାକୁ ପୋଲିସ ଓ ଟ୍ରାଫିକ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।