ଶିକ୍ଷକମାନେ ଗାଁକୁ ଗାଁ ଯାଇ ପଢ଼ାଇବେ ପାଠ

ଭୁବନେଶ୍ୱର: କରୋନାର ଭୟାବହତା ଯୋଗୁଁ ଏବେ ରାଜ୍ୟରେ ସ୍କୁଲ ଖୋଲିବା ସମ୍ଭବ ନୁହେଁ । ଏପରିକି ଆଗାମୀ ସେପ୍ଟେମ୍ବର ମାସ ସୁଦ୍ଧା ମଧ୍ୟ କରୋନା ନିୟନ୍ତ୍ରଣକୁ ଆସିବା ନେଇ ମଧ୍ୟ ସମ୍ଭାବନା ନାହିଁ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀରରଂଜନ ଦାସ ।

ଆହୁରି ମଧ୍ୟ ମନ୍ତ୍ରୀ କହିଛନ୍ତି, ସେଥିପାଇଁ ରାଜ୍ୟର ୬୦ ଲକ୍ଷ ଛାତ୍ର ଛାତ୍ରୀଙ୍କୁ ଇ ଶିକ୍ଷା ଉପରେ ନିର୍ଭର କରିବାକୁ ପଡିବ । ଯଦିଓ ରାଜ୍ୟର ୨୨ ଲକ୍ଷ ଛାତ୍ର ଛାତ୍ରୀ ଇଂଟରନେଟ ମାଧ୍ୟମରେ ପାଠ ପଢ଼ୁଛନ୍ତି ।

ବାକି ୩୮ ଲକ୍ଷ ଛାତ୍ର ଛାତ୍ରୀ ଇଂଟରନେଟ ସମସ୍ୟା ପାଇଁ ପାଠ ପଢ଼ିବାରୁ ବଂଚିତ ହେଉଛନ୍ତି । ସେଥିପାଇଁ ରାଜ୍ୟ ସରକାର ଶିକ୍ଷା ସଂପର୍କ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି । ଯେଉଁ ଯୋଜନାରେ ଶିକ୍ଷକ ମାନେ ଗାଁକୁ ଗାଁ ଯାଇ ପାଠ ପଢ଼ାଇବେ ବୋଲି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀରରଂଜନ ଦାସ ସୂଚନା ଦେଇଛନ୍ତି । ଏଥିସହିତ କୋରୋନା ସମସ୍ୟା ଯୋଗୁଁ ପାଠ ପଢ଼ାରେ ବାଧା ଉପୁଜିଛି ସେଥିପାଇଁ ସିଲାବାସର କମାଇବା ପାଇଁ ବ୍ୟବସ୍ଥା ହେଉଛି । ଆସନ୍ତା ସପ୍ତାହ ସୁଦ୍ଧା ଚୁଡାନ୍ତ ସିଲାବସ ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ଯାଜପୁର ଗସ୍ତରେ ଆସିଥିବା ବେଳେ ସୂଚନା ଦେଇଛନ୍ତି ।