ଭିମ୍‌ସାର, ଏସ୍‌ସିବି ନର୍ସିଂ କଲେଜରେ ୭୦ଟି ନୂତନ ପଦକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବୁର୍ଲାସ୍ଥିତ ଭିମସାର ନର୍ସିଂ କଲେଜ ଓ କଟକସ୍ଥିତ ଏସସିବି ନର୍ସିଂ କଲେଜ ପାଇଁ ୭୦ଟି ନୂତନ ପଦ ସୃଷ୍ଟି ଲାଗି ଅନୁମୋଦନ ଦେଇଛନ୍ତି।
ବୁର୍ଲାସ୍ଥିତ ଭିମସାର ସରକାରୀ ନର୍ସିଂ କଲେଜରେ ୨୪ଟି ଶିକ୍ଷକ ପଦ ସୃଷ୍ଟି କରାଯାଇଥିବାବେଳେ ୭ଟି ସହାୟକ କର୍ମଚାରୀ ପଦ ସୃଷ୍ଟି କରାଯାଇଛି। ଏଥିରେ ଗୋଟିଏ ପ୍ରିନ୍ସପାଲ ପଦ, ଗୋଟିଏ ଭାଇସ ପ୍ରିନ୍ସପାଲ, ଗୋଟିଏ ପ୍ରଫେସର, ତିନିଟି ଆସୋସିଏଟ ପ୍ରଫେସର, ୮ଟି ଅଧ୍ୟାପକ ଓ ଦଶଟି ଟିଉଟର ପଦ ସୃଷ୍ଟି କରାଯାଇଛି।
ସେହିପରି କଟକସ୍ଥିତ ଏସସିବି ନର୍ସିଂ କଲେଜରେ ୩୨ଟି ଶିକ୍ଷକ ପଦ ସୃଷ୍ଟି କରାଯାଇଥିବାବେଳେ ୭ଟି ସହାୟକ କର୍ମଚାରୀ ପଦ ସୃଷ୍ଟି କରାଯାଇଛି। ଏଥିରେ ଗୋଟିଏ ପ୍ରିନ୍ସପାଲ ପଦ, ଗୋଟିଏ ଭାଇସପ୍ରିନ୍ସପାଲ, ଗୋଟିଏ ପ୍ରଫେସର, ୪ଟି ଆସୋସିଏଟ ପ୍ରଫେସର, ୬ଟି ଅଧ୍ୟାପକ ଓ ୧୯ଟି ଟିଉଟର ପଦ ସୃଷ୍ଟି କରାଯାଇଛି।