ପହିଲାରୁ ଲାଗିବ ନୂଆ ମୋଟର ଯାନ ଆଇନ, ନିୟମ ଭାଙ୍ଗିଲେ ୧୦ ଗୁଣା ଜରିମାନା

ଭୁବନେଶ୍ବରରେ ଗାଡି ଚାଳକଙ୍କୁ ଜଗିବ ଡ୍ରୋନ, ଇ ଚାଲାଣରେ ପୋଲିସ ଆଦାୟ କରିବେ ଫାଇନ

ଭୁବନେଶ୍ବର :  ସାବାଡ ହେବେ ଟ୍ରାଫିକ ନିୟମ ଉଲଂଘନକାରୀ । କେହି ଖସି ଯାଇ ପାରିବେନି । ଟ୍ରାଫିକ ନିୟମ ଉଲଂଘନ କଲେ ଫାଇନ ଗଣିବେ । କାହିଁକି ନା, ଟୁଇନସିଟି ଆକାଶରେ ଗାଡି ଚାଳକଙ୍କୁ ଜଗିବାକୁ ଉଡିବ ଡ୍ରୋନ । ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟ ଛକରୁ ଏଜି ଛକ ଦେଇ ରବୀନ୍ଦ୍ର ମଣ୍ଡପ ଛକ ପର୍ଯ୍ୟନ୍ତ ରାସ୍ତାକୁ ନୋ ଓଭର ଟେକିଂ ଜୋନ ଭାବେ ଘୋଷଣା କରାଯାଇଛି । ସେପଟେ ସେପ୍ଟେମ୍ବର ପହିଲାରୁ ରାଜ୍ୟରେ ନୂଆ କେନ୍ଦ୍ରୀୟ  ମୋଟରଜାନ ଆଇନ ଲାଗୁ ହେବ । ଏଥିରେ ଟ୍ରାଫିକ ନିୟମ ଉଲଙ୍ଘନ କାରୀଙ୍କୁ ୫ରୁ ୧୦ ପ୍ରତିଶତ ଅଧିକ ତଣ୍ଡ ଗଣିବାକୁ ପଡିବ । 

ସାବାଡ ହେବେ ଟ୍ରାଫିକ ନିୟମ ଉଲଂଘନକାରୀ । କାହିଁକି ନା, ଟୁଇନସିଟି ଆକାଶରେ ଉଡିବ ଡ୍ରୋନ । ଟ୍ରାଫିକ ନିୟମ ଉଲଂଘନକାରୀଙ୍କୁ ଛଞ୍ଚାଣ ପରି ଜଗିବ ଏହି ଡ୍ରୋନ । ଗାଡି ଚାଳକ ଟ୍ରାଫିକ ନିୟମ ଉଲଂଘନ କଲେ ତାଙ୍କ ବିରୋଧ କଡା କାର୍ଯ୍ୟାନୁଷ୍ଠାନ ହେବ । ଖାସକରି ରାଜଧାନୀ ଭୁବନେଶ୍ବର ସମେତ କଟକରେ ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥାର ସୁଧାର ଆଣିବାକୁ ଏଭଳି କଟକଣା ଜାରି କରିଛି କମିଶନରେଟ ପୋଲିସ । ସେହିପରି ଲେନ ଡ୍ରାଇଭ ଉପରେ ମଧ୍ୟ ଗରୁତ୍ବ ଦିଆଯାଇଛି । ଲେନ ନ ମାନି ଗାଡି ଚାଲନା କଲେ ଫାଇନ ଅଦାୟ ହେବ । ଅନ୍ୟପଟେ ଓଭର ଟେକିଂ ଡ୍ରାଇଭ କଲେ ତୁରନ୍ତ ଫାଇନ କାଟିବାକୁ ନିର୍ଦେଶ ଦିଅଯାଇଛି । ଏହାଦ୍ବାରା ସାମ୍ନା ଗାଡିକୁ କେହି ଓଭର ଟେକିଂ କରିବାକୁ ଆଦୌ ସାହାଶ କରିବେ ନାହିଁ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବରର ଏୟାରପୋର୍ଟ ଛକରୁ ଏଜି ଛକ ଦେଇ ରବୀନ୍ଦ୍ର ମଣ୍ଡପ ଛକ ପର୍ଯ୍ୟନ୍ତ ରାସ୍ତାକୁ ନୋ ଓଭର ଟେକିଂ ଜୋନ ଭାବେ ଘୋଷଣା କରାଯାଇଛି । କାହିଁକିନା ଏହି ରାସ୍ତାରେ ସଚିବାଳୟ, ବିଧାନସଭା, କ୍ୟାପିଟାଲ ହସ୍ପିଟାଲ ଭଳି ଗରୁତ୍ବପୁର୍ଣ ସ୍ଥାନ ରହିଛି । ପୋଲିସ କମିଶନର ଡ.ଶୁଧାଂସୁ ଷଡଙ୍ଗୀ ଏହି ସୂଚନା ଦେଇଛନ୍ତି ।

କେନ୍ଦ୍ରସରକାର ଆଣିଥିବା ନୂଆ ମୋଟର ଜାନ ଆଇନ ସାରା ରାଜ୍ୟରେ ସେପ୍ଟେମ୍ବର ପହିଲାରୁ ଲାଗୁ ହେବ । ନୂଆ ନିୟମରେ ମୋଟରଜାନ ଆଇନ ଉଲଙ୍ଘନ କାରୀଙ୍କ ଠାରୁ ପୁରୁଣା ଅର୍ଥ ଦଣ୍ଡ ଠାରୁ ୫ରୁ ୧୦ଗୁଣା ଅଧିକ ଜରିମାନା ଆଦାୟ ହେବ । ଡ୍ରାଇଭିଂ ଲାଇସେନ୍ସ ନଥାଇ ଗାଡି ଚଳାଇଲେ ପୂର୍ବରୁ ୫ଶହ ଟଙ୍କା ଜରିମାନା ଦେବାକୁ ପଡୁଥିବାବେଳେ ଏଣିକି ୫ ହଜାର ଟଙ୍କା ଦେବାକୁ ପଡିବ । ସେହିପରି ମାଦକଦ୍ରବ୍ୟ ବ୍ୟବହାର କରି ଗାଡି ଚଳାଇଲେ ପୁରୁଣା ଫାଇନ ୨ ହଜାର ବଦଳରେ ୧୦ ହଜାର ଟଙ୍କା ତଣ୍ଡ ପଡିବ । ସ୍ପିଡ୍ରି ଡ୍ରାଇଭିଂ ଲାଗି ୫ଶହ ଜାଗାରରେ ୫ ହଜାର ଦେବେ ଗାଡି ଚାଳକ । ସିଟବେଲ୍ଟ ବାନ୍ଧି ନଥିଲେ ଶହେ ଟଙ୍କା ବଦଳରେ ହଜାରେ ଟଙ୍କା ଫାଇନ ଲାଗିବ । ସେମିତି ଦୁଇ ଚକିଆରେ ତିନିଜଣ ବସିଥିଲେ ପୁରୁଣା ଫାଇନ ଶହେ ଟଙ୍କା ବଦଳରେ ଦୁଇ ହଜାର ଟଙ୍କା ତଣ୍ଡ ଗଣିବେ ଗାଡି ଚାଳକ । ରାଜ୍ୟ ସାରା ଏହି ଫାଇନ ଆଦାୟ ହେବ । ପୋଲିସ ଏହି ନିୟମକୁ କଡା କଡି ପାଳନ କିପରି ହେବ ତାହା ଦେଖିବେ । ଫାଇନ ଆଦାୟ ଇ ଚାଲାଣ ମାଧ୍ୟମରେ ହେବ । ସବୁ ଥାନାକୁ ଏଥିଲାଗି ମେସିନ ଯୋଗାଇ ଦେବେ ରାଜଯ ସରକାର ବୋଲି ପରିବହନ ସଚିବ ଜି. ଶ୍ରୀନିବାସ କହିଛନ୍ତି ।

ସାରା ଦେଶରେ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ବଢି ବଢି ଚାଲିଛି । ପୁରୁଣା ମୋଟର ଜାନ ଆଇନରେ କମ ଅର୍ଥ ଦଣ୍ଡ ବ୍ୟବସ୍ଥା ଥିବାରୁ ଆଇନ ପ୍ରତି ଲୋକଙ୍କ ଡର ରହୁନି । ତେଣୁ ଏବେ ନୂଆ ଆଇନ ଆଣିଛନ୍ତି କେନ୍ଦ୍ରସରକାର । ଯାହାକୁ ରାଜ୍ୟରେ କଡା କଡି କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏହା କଡା କଡି ହେଲେ ଦୁର୍ଘଟଣା କମିବ ବୋଲି ସରକାର ଆଶା ରଖିଛନ୍ତି ।