ଟ୍ରାଫିକ୍ ନିୟମ କଡାକଡି ହେବାକୁ ଆଉ ଦିନ ୨ଟା;ଆରଟିଓ ଅଫିସରେ ନାହିଁ ନ ଥିବା ଭିଡ

ଡିସେମ୍ବର ପହିଲାରୁ ପୁଣି କଡ଼ାକଡ଼ି ହେବ ଟ୍ରାଫିକ ନିୟମ

ଭୁବନେଶ୍ଵର:ଡିସେମ୍ବର ପହିଲାରୁ ରାଜ୍ୟରେ ପୁଣି କଡ଼ାକଡ଼ି ହେବ ନୂଆ ଟ୍ରାଫିକ ନିୟମ । ପୁଣି ଥରେ ଆଦାୟ ହେବ ମୋଟା ଅଙ୍କର ତଣ୍ଡ। ତେଣୁ ଛାନିଆ ଗାଡ଼ି ଚାଳକ। ମୋଟା ଅଙ୍କର ଜରିମାନାରୁ ମୁକୁଳିବା ପାଇଁ ରାଜ୍ୟ ସରକାରଙ୍କ ମାନ୍ୟତା ପ୍ରାପ୍ତ ସଠିକ କାଗଜପତ୍ର କରି ନଥିବା ଗାଡ଼ି ଚାଳକ ଏବେ ଆରଟିଓ ଅଫିସରେ ଭିଡ଼ ଜମାଇଛନ୍ତି । ରାଜ୍ୟର ସମସ୍ତ ଆରଟିଓ ଅଫିସରେ ଏବେ ଗାଡ଼ି ଚାଳକଙ୍କ ଲମ୍ବା ଲାଇନ। ତେବେ ନିୟମ କଡାକଡିକୁ ଆଉ ମାତ୍ର ୨ ଦିନ ଥିବାରୁ ଲୋକଙ୍କ ମଧ୍ୟରେ ଠେଲାପେଲା ଓ ବଳ କଷାକଷି ମଧ୍ୟ ଦେଖିବାକୁ ମିଳିଛି। ଏପରିକି ଭୋର ୪ଟାରୁ ଆସି ଲାଇନ୍ ଲମ୍ଵାଉଛନ୍ତି।  

ଆଉ ୨ଦିନ ପରେ ଟ୍ରାଫିକ ନିୟମକୁ ନେଇ ଗାଡ଼ି ଚାଳକଙ୍କୁ ମୋଟ ଅଙ୍କର ଫାଇନକୁ କୋହଳ ପାଇଁ ଦିଆଯାଇଥିବା ୩ମାସର କଣ୍ଟ ପୁରିବାକୁ ଯାଉଛି । ରାଜ୍ୟ ସରକାର ଗାଡ଼ି କାଗଜପତ୍ର କରିବା ପାଇଁ ୩ମାସର  ସମୟ ଦେଇଥିଲେ ମଧ୍ୟ  ବହୁ ଲୋକ ଏଯାଏଁ କାଗଜପତ୍ର କରି ନାହାଁନ୍ତି । ତେଣୁ ଅଫିସ ଗୁଡିକ ଦିନ ୧୦ଟାରେ ଖୋଲୁଥିଲେ ମଧ୍ୟ ଭୋର ୪ଟାରୁ ଆସି ଲାଇନ ଲଗାଉଛନ୍ତି ଗାଡି ଚାଳକମାନେ।

ନୂତନ ସଂଶୋଧିତ ମୋଟର ଯାନ ଆଇନ ଅନୁଯାୟୀ, ଗାଡ଼ି ଚାଳକଙ୍କ ପାଖରେ ଡ୍ରାଇଭିଂ ଲାଇସେନ୍ସ, ହେଲମେଟ, ପଲ୍ୟୁସନ ସାର୍ଟିଫିକେଟ, ଦୁଇଚକିଆ ଗାଡ଼ିରେ ୨ଜଣ ବସିବେ, ସମସ୍ତ ୨ଚକିଆ ଯାନ ଆରୋହୀ ହେଲମେଟ ପିନ୍ଧିବା, କାର ଚାଳକ ସିଟବେଲ୍ଟ ବାନ୍ଧିବା ଆବଶ୍ୟକ ରହିଛି । ତେବେ ଆବଶ୍ୟକୀୟ ଗାଡ଼ି କାଗଜପତ୍ର ପାଇଁ ଏବେ ରାଜ୍ୟର ସମସ୍ତ ଆରଟିଓ ଅଫିସରେ ଅସ୍ୱାଭାବିକ ଭିଡ଼ ଦେଖିବାକୁ ମିଳିଛି । ଘଣ୍ଟା ଘଣ୍ଟା ଧରି ଲମ୍ବା ଲାଇନରେ ଛିଡ଼ା ହେଲେ ମଧ୍ୟ କାମ ହୋଇ ପାରୁ ନାହିଁ । କାଉଣ୍ଟର ଅଭାବରୁ ଲୋକଙ୍କୁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡୁଛି । ତେଣୁ ଅଧିକ ଆକାଉଣ୍ଟ ଖୋଲିବାକୁ ଗାଡ଼ି ଚାଳକ ଦାବି କରୁଛନ୍ତି ।